ନୂଆପଡା-୧/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ତରଫରୁ ସମଗ୍ର ଜିଲ୍ଲା ର କର୍ମକର୍ତ୍ତା ଙ୍କୁ ନେଇ ନୂଆପଡା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ଗୋଦାମ ପ୍ରାଙ୍ଗଣରେ ନୂଆଖାଇ ଜୁହାର ଭେଟଘାଟ କାର୍ଯ୍ୟକ୍ରମ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ପଦ୍ମପୁର ଡିଭିଜନ ସମ୍ପାଦକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥିରୁପେ ସାମିଲ ହୋଇଥିବା ବେଳେ କୋକିଳ ସାହୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ,ପାଟଣାଗଡ଼ ଡିଭିଜନ ସମ୍ପାଦକ ଶିବାନନ୍ଦ ପରିଛା, ଶିବ ପଟ୍ଟନାୟକ, ଚାଷୀ ମୂଲିଆ ସଙ୍ଘ ସଭାପତି କେଶବ ବେହେରା,ଭାରତୀୟ ମଜଦୂର ସଙ୍ଘ ର ଜିଲ୍ଲା ସଭାପତି ଶୁକ୍ଳାମ୍ବର ନିଆଲ ଓ ସାଧାରଣ ସମ୍ପାଦକ ପ୍ରଦୀପ ଦଣ୍ଡସେନା, ନୂଆପଡା ଜିଲ୍ଲା ଶ୍ରମିକ ବିକାଶ ସଙ୍ଘ ର ସଭାପତି ଅନିରୁଦ୍ଧ ନାଗ, ଉପସଭାପତି ଜ୍ଞାନରଞ୍ଜନ ସାହୁ ,ସମ୍ପାଦକ ଜ୍ଞାନେଶ୍ୱର ବାଗ,ଓଡିଶା କୋଠା ବାଡ଼ି ଶ୍ରମିକ ସଂଘ ଜିଲ୍ଲା ସଭାପତି ସୁଖଦେଵ ସାହୁ, ଇଣ୍ଡିଆନ ନେସନାଲ ଟ୍ରେଡ଼ ୟୁନିଅନ କଂଗ୍ରେସ ର ଜିଲ୍ଲା ସଭାପତି ଅଜୟ ଧରୁଆ, ନେସନାଲ ଇଣ୍ଡିଆନ ଫେଡରେସନ ଅଫ ଟ୍ରେଡ଼ ୟୁନିୟନ ର ଜିଲ୍ଲା ସଭାପତି ଭକ୍ତ ବନ୍ଧୁ ଧରୁଆ,ଲଖନା ହେଡ ଚେକର ଅବଦୁଲ ରସିଦ, ନୂଆପଡା ହେଡ ଚେକର ବାବୁଲାଲ ପଟେଲ, ସିନାପାଲି ହେଡ ଚେକର ସଲିକ ରାମ ରାଉତ,ଶ୍ରମିକ ନେତା କୁଞ୍ଜବିହାରୀ କଟା,ଶ୍ରମିକ ନେତା ପରମାନନ୍ଦ ହଂସ ପ୍ରଭୁତି ନେତୃମଣ୍ଡଳୀ ମଞ୍ଚାସୀନ ହୋଇ ନିଜ ନିଜ ବକ୍ତବ୍ୟ ରଖିଥିଲେ।ନୂଆଖାଇ ଜୁହାର ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ରାଜ୍ୟ ଉପସଭାପତି ସ୍ବର୍ଗତ କିଶୋର ପରିଛା, ତରବୋଡ଼ ହେଡ ଚେକର ସ୍ବର୍ଗତ ଗୟା ବାଗ,ଖରିଆର ଚେକର ସ୍ବର୍ଗତ ଡମ୍ବରୁ ବେହେରା, ଲଖନା ଚେକର ସ୍ବର୍ଗତ କେଜୁରାମ ସାହୁ ଓ ସ୍ବର୍ଗତ ବଂଶୀ ବାରିହା ଙ୍କ ବିୟୋଗରେ ସ୍ମୃତି ଚାରଣ କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହାପରେ ମଞ୍ଚ।ସିନ ନେତୃମଣ୍ଡଳୀ ଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଗତ ଦିନର ଆନ୍ଦୋଳନ, ଆଲୋଚନା ଓ ଦାବିପତ୍ର ପ୍ରଦାନ ସହିତ ପୂରଣ ହୋଇଥିବା ବିଭିନ୍ନ ଦାବୀ ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନର ସାଙ୍ଗଠନିକ ଦୃଢ଼ତା ସହିତ କାର୍ଯ୍ୟପନ୍ଥା ଉପରେ ଚର୍ଚ୍ଚା ହୋଇ ନିଷ୍ପତ୍ତି ସବୁ ନିଆଯାଇଥିଲା।ଆସନ୍ତା ଅକ୍ଟୋବର୍ ଚାରି ତାରିଖରେ ଶ୍ରମିକ ଗର୍ଜ୍ଜନ ସମାବେଶ ଓ ବିକ୍ଷୋଭ ପାଇଁ ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ତରଫରୁ ଦିଆଯାଇଥିବା ଡାକରା କୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ଶାଖା ତରଫରୁ ପୂର୍ଣ ସମର୍ଥନ ଦେଇ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ସର୍ଵ ସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସଂଘର ଡୋରେଶ୍ୱର ପଟେଲ, ଈଶ୍ୱର ଶବର ,ମଙ୍ଗଲସାଏ ବଗର୍ତ୍ତି,ଦମନ ନାଏକ, ରୁଦ୍ର ନାଗ, ନଟ ନାଗ,ସୁରେଶ ବେହେରା,ହରେକୃଷ୍ଣ ଭୋଇ,ଲେଖରାମ ପାଣ୍ଡେ ପ୍ରମୁଖ କର୍ମକର୍ତ୍ତା ସାମିଲ ହୋଇ କାର୍ଯ୍ୟକ୍ରମ ସଫଳ ହେବାରେ ପୂର୍ଣ ସହଯୋଗ କରିଥିଲେ।
Comments are closed.