Odisha news

ବ୍ରଜପାତ ରେ ୬ଛାଗ ମୃତ ୩ ଆହତ

ନୂଆପଡା-୧୪/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଖଡ଼ିଆଳ ବ୍ଲକ ଶରଧାପୁର ଗ୍ରାମପଞ୍ଚାୟତ ଢକସର ଗ୍ରାମରେ ବଜ୍ରପାତରେ ୬ ଗୋଟି ଛାଗ ମୃତ୍ୟୁ ହୋଇଥିବା ବେଳେ ୩ଗୋଟି ଛାଗ ଗରୁତର ଆହାତ ହୋଇଛନ୍ତି। ଆଜି ଅପରାହ୍ନ ସମୟରେ ତିନିଜଣ ଚାଷୀଙ୍କ ଛେଳି ରବି ବାଗ ଚାରାଉଥିବା ବେଳେ ବର୍ଷା ହୋଇଥିଲା। ଏହି ବର୍ଷାରେ ଛେଳିଗୁଡାକ ଗଛ ମୂଳକୁଯାଇ ଲୁଚି ଯାଇଥିଲେ। ସେହି ସମୟରେ ବଜ୍ରପାତ ହେବା ଫଳରେ ଘଟଣା ସ୍ଥଳରେ ୬ ଗୋଟିଙ୍କ ଛାଗମୃତ୍ୟୁ ବରଣ ହୋଇଥିଲା ଓ ଅନ୍ୟ ୩ଗୋଟି ଛାଗ ଘରେ ରଖି ଚିକିତ୍ସା କରୁଛନ୍ତି। ଛାଗ ଜଗୁଆଳି ଅଳ୍ପ ଦୂରରେ ଥିବା ଯୋଗୁଁ ରବି ବାଗ ଆସନ୍ନ ମୃତ୍ୟୁ ରୁ ବଞ୍ଚି ଯାଇଥିଲେ । ଉପରୋକ୍ତ ଗ୍ରାମର ଚାଷୀ ଲକ୍ଷ୍ମଣ ବାଗ, ଶ୍ରୀମାନ ବାଗ ଏବଂ ରବି ବାଗଙ୍କ ଛାଗ ମୃତ୍ୟ ଯୋଗୁଁ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଖଡ଼ିଆଳ ପ୍ରାଣୀ ଚିକିତ୍ସା ବିଭାଗରୁ କର୍ମଚାରୀ ଯାଇ ଆହତ ଛାଗ କୁ ଚିକିତ୍ସା କରିଥିବା ସୂଚନା ମିଳିଛି।

Ad2

Comments are closed.