ନୂଆପଡ଼ା-୨୨/୭ ସକାଳ ଖବର (ସୁରେନ୍ଦ୍ର ତିୱାରି) ଆଜି ଖଡ଼ିଆଳ ବାର ଏସୋସିଏସନ ପକ୍ଷରୁ ବାର ହଲ ଠାରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବାର ସଭାପତି ଦିନେଶ ତିୱାରୀ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ବାର ସମ୍ପାଦକ ଦୂତିକୃଷ୍ଣ ବେହେରା ମଞ୍ଚାସିନ ହୋଇଥିଲେ। ଖଡ଼ିଆଳ ବିଧାୟକ ଯୋଗଦେଇ ସଂଘର କାର୍ଯ୍ୟାଳୟ ଏବଂ ଆବଶ୍ୟକ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ବିଧାୟକ ପାଣ୍ଠି ରୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ ପ୍ରଦାନ କରିବାପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବାର ଏସୋସିଏସନ ପକ୍ଷରୁ ଧନ୍ୟବାଦ ଦେଇଥିଲେ। ସଭାରେ ଉପସଭାପତି କିଶୋର ବାଗ, କୋଷାଧ୍ୟକ୍ଷ ମାନରଞ୍ଜନ ମହାପାତ୍ର, ବରିଷ୍ଠ ଆଇନଜୀବୀ କୌଶର ମହମ୍ମଦ ଓ ବାର ର ଅନେକ ସଦସ୍ୟ ଯୋଗ ଦେଇଥିଲେ।

Comments are closed.