Odisha news

୧୧%ମହଙ୍ଗା ଭତ୍ତା ପାଇଁ ଦାବି କଲା ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର (କେ.ସାକିଲି ଦୋରା)— ରାଜ୍ୟ ସରକାରୀ କର୍ମଚାରୀ ଙ୍କ ବର୍ଦ୍ଧିତ ୧୧% ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଓଡିଶା ରାଜସ୍ୱ ଅମଲା ସଙ୍ଘ। ଦିନକୁ ଦିନ ପେଟ୍ରୋଲ ଖାଇବା ତେଲ ସହିତ ବିଭିନ୍ନ ସାମଗ୍ରୀର ଦରଦାମ ଅହେତୁକ ବୃଦ୍ଧି ଫଳରେ ସରକାର କର୍ମଚାରୀ ମାନେ ନିଜର ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିକଟରେ କେନ୍ଦ୍ର ସରକାର ୧୧ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ତେଣୁ ରାଜ୍ୟ ସରକାର ମଧ୍ୟ ସରକାରୀ କର୍ମଚାରୀ ଙ୍କ ମହଙ୍ଗା ଭତ୍ତା ପ୍ରଦାନ କରିବା ପାଇଁ ଓଡିଶା ରାଜସ୍ୱ ଅମଲା ସଙ୍ଘ ପତ୍ର ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି। କରୋନା ମହାମାରୀ ରେ ସରକାରୀ କର୍ମଚାରୀ ଙ୍କ ସହିତ ସମସ୍ତେ ପ୍ରଭାବିତ ହୋଇଛନ୍ତି।  ନିଜର କର୍ତ୍ତବ୍ୟ ସମ୍ପାଦନା ସମୟରେ ଅନେକ କୋଭିଡ ଯୋଦ୍ଧା ସେମାନଙ୍କ  ଜୀବନ ମଧ୍ୟ ହରାଇଛନ୍ତି ।  ପ୍ରାୟ ଦେଢ଼ ବର୍ଷ ହେଲା ସରକାରୀ କର୍ମଚାରୀ ମାନେ ମହଙ୍ଗା ଭତ୍ତା ପାଇ ନ ଥିବାରୁ ଅନେକ ଆର୍ଥିକ ଅନାଟନ ର ସମ୍ମୁଖୀନ ହେଉଛନ୍ତି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସଂଘର ଦାବିକୁ ସହୃଦୟତାର ସହିତ ବିଚାର କରି ୧୧ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କଲେ, ଓଡ଼ିଶାର ସମସ୍ତ ସରକାରୀ କର୍ମଚାରୀ ଉପକୃତ ହୋଇପାରିବେ ବୋଲି ସଙ୍ଘ ଅନୁରୋଧ କରୁଛି ।
Nalco

Comments are closed.