Odisha news

ନୂଆପଡାରେ ପରାକ୍ରମ ଶୋଭାଯାତ୍ରା ଓ ବାଇକ୍ ରେଲି 

0
ନୂଆପଡା -୧୫/୫(ସୁରେନ୍ଦ୍ର ତିୱାରୀ) : ଆତଙ୍କବାଦ ବିରୁଦ୍ଧରେ ସଫଳତାର ସହିତ ଅପରେସନ ସିନ୍ଦୂର ଅଭିଯାନ ଚଳାଇ ଦେଶକୁ ଗର୍ବିତ କରିଛନ୍ତି ଭାରତୀୟ ସେନା ।ସେମାନଙ୍କ ବିରତ୍ଵ, ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ସହିତ  ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଆଜି ନୂଆପଡା ଜିଲ୍ଲା ପ୍ରଶାସନ ତରଫରୁ ପରାକ୍ରମ ଶୋଭାଯାତ୍ରା ସହିତ ଏକ ବାଇକ୍ ରେଲି ର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିବା ଏହି ରେଲିକୁ ଜିଲ୍ଲାପାଳ ମଧୁସୂଦନ ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରେଲିରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର ରେଡ୍ଡୀ, ଖରୀଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, କେନ୍ଦ୍ରୀୟ ସୁରକ୍ଷାବଳ ବାହିନୀର କମାଣ୍ଡାଣ୍ଟ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ,ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ନୂଆପଡା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦର ସଦସ୍ୟଗଣ,ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ବାର ଆସୋସିଏସନର ସଦସ୍ୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,  ଆରକ୍ଷୀ ବାହିନୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, କ୍ରୀଡାବିତ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , ଶିକ୍ଷକ ଶିକ୍ଷୟତ୍ରୀ , ଗଣ ମାଧ୍ୟମର ପ୍ରତିନିଧି ଏଵଂ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ଯୋଗ ଦେଇଥିଲେ। ଶହ ଶହ ସଂଖ୍ୟାରେ ବାଇକ୍ ରେଲିରେ ଯାଇ ବିଭିନ୍ନ ଦେଶାତ୍ମବୋଧକ ଜୟଧ୍ଵନି ଦେଇ ସମସ୍ତେ ସ୍ଵାଧୀନତା ସଂଗ୍ରାମର ରକ୍ତତୀର୍ଥ କ୍ଷେତ୍ର ସାଲିହା ଠାରେ ପହଞ୍ଚି ଥିଲେ । ସେଠାରେ ଆୟୋଜିତ ଏକ ସ୍ମୃତି ସଭାରେ ଅତିଥି ମାନେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସ୍ଵାଧୀନତା ସଂଗ୍ରାମୀ ଏବଂ  ବୀର  ଯବାନ ମାନଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ରେଲି ପରିଚାଳନା ରେ ଜିଲ୍ଳା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା, ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡ଼ା କାର୍ଯ୍ୟ ନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବରିଷ୍ଠ ରାଜସ୍ଵ ସହାୟକ ବିଭୁଦତ୍ତ ମିଶ୍ର, ନୂଆପଡ଼ା ବ୍ଲକ ଏବଂ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଗଣ ସହଯୋଗ କରିଥିଲେ l
Nalco
Leave A Reply