ନୁଆପଡା – ୧୫/୫ (ସୁରେନ୍ଦ୍ର ତିୱାରୀ) ଏକ ହତ୍ୟା ମାମଲାର ବିଚାର କରି ନୂଆପଡା ଅତିରିକ୍ତ ଦୌରାଜଜ୍ ସୁନୀଲ କୁମାର ଦାସ ସୋମବାର ଗୋଟିଏ ପରିବାରର ଚାରି ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମତେ ନୁଆପଡା ଜିଲ୍ଲା ଲଖନା ଥାନା ସିଲଭା ଗ୍ରାମର କପିଳ ଶବର ୨୦୧୭ ଜାନୁଆରୀ ୧୫ ତାରିଖ ଦିନ ଦୋକାନକୁ ସଉଦା ଆଣିପାଇଁ ଯାଉଥିବା ବେଳେ ଗାଁ ର ଭୁବନେଶ୍ୱର ଶବର, ତାଙ୍କ ବହୂ ବିମଳା ଶବର, ପୁଅ ହୃଷି ଶବର ଓ ସ୍ତ୍ରୀ ଚୈତ୍ରୀ ଶବର ତାଙ୍କୁ ପ୍ରଥମେ ଠେଙ୍ଗା ରେ ମାଡ଼ ମାରିଥିଲେ ପରେ ଦା ରେ ହାଣିବା ଯୋଙ୍ଗୁ କପିଳ ଙ୍କ ମୃତ୍ୟୁ ହୋଇଥିଲା l କପିଳ ଙ୍କ ଭାଇ ପୂର୍ଣ୍ଣ ଏ ନେଇ ଲଖନା ଥାନାରେ ଅଭିଯୋଗ ଦେଇଥିଲେ l ଥାନାରେ ନଂ. ୭/୧୭ ରେ ମାମଲା ରୁଜୁ ହୋଇଥିଲା
୨୩ ଜଣ ସାକ୍ଷୀ ପ୍ରମାଣ କୁ ଭିତ୍ତି କରି ହତ୍ୟା ମାମଲାର ବିଚାର କରି ନୂଆପଡା ଅତିରିକ୍ତ ଦୌରାଜଜ୍ ସୁନୀଲ କୁମାର ଦାସ ସୋମବାର ଉକ୍ତ ପରିବାରର ଚାରି ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି. କାର୍ତ୍ତିକେଶ୍ୱର ମହାରଣା ମାମଲା ପରିଚାଳନା କରୁଥିଲେ।
