Odisha news

ପେଟ୍ରୋଲ ଦର ଧାମ ବୃଦ୍ଧି ବିରୋଧ ରେ କଂଗ୍ରେସ ର ଦସ୍ତଖତ ଅଭିଯାନ

ନୂଆପଡା-୧୭/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶକ୍ରମେ ଏବଂ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ର ଜିଲ୍ଲା ସଭାପତି ଘାସିରାମ ମାଝୀ ଙ୍କ ଆହ୍ଵାନରେ ଆଜି କୋମନା ବ୍ଲକ କଂଗ୍ରେସ କମିଟି ଦ୍ଵାରା ବ୍ଲକ ର ବିଭିନ୍ନ ପେଟ୍ରୋଲ ପମ୍ପ ମାନଙ୍କ ଠାରେ ଶୃଙ୍ଖଳିତ ଭାବେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା l

ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଦରବୃଦ୍ଧି ପ୍ରତ୍ୟେକ ଗରିବ, ଅସହାୟ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମହଙ୍ଗା ମାଡ ହୋଇଛି l ଫଳରେ କରୋନା ମହାମାରୀ ଭଲି ଜଟିଳ ପରିସ୍ଥିତି ବହୁ ଲୋକଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପଡ଼ୁଛି l କେନ୍ଦ୍ର ସରକାର ଅତି ନିର୍ଦୟଭାବେ କେନ୍ଦ୍ରୀୟ ଶୁଳ୍କ ଏବଂ ଭାଟ (ମୂଲ୍ୟଯୁକ୍ତ ଦର) ବୃଦ୍ଧି କରି ଦେଶର ଜନତା ଙ୍କୁ ଟ୍ୟାକ୍ସ ନା ଶୋଷଣ କରିବାରେ ଲାଗିଛନ୍ତି l ଏହାକୁ ବିରୋଧ କରି କୋମନା ସାହୁ ପେଟ୍ରୋଲ ପମ୍ପରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ କୈଳାଶ ଚନ୍ଦ୍ର ବାଗ ନେତୃତ୍ବରେ ଦସ୍ତଖତ ଅଭିଯାନ ହୋଇଥିଲା l ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶାହରୁଖ୍ ଖାନ୍, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ପାଶା ମହାନନ୍ଦ, ସୁନ୍ଦର୍ ଚିନ୍ଦା, ଭିମ ଯାଦବ, ଶିବ ନିଆଲ, ଉମେଶ ନିଆଲ, ଦିଲ୍ଲିପ ଯାଦବ, ଅର୍ଜୁନ ଚିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ l

ସେହିପରି ଉଦ୍ୟାନବନ୍ଧ ଖମାରୀ ପେଟ୍ରୋଲ ପମ୍ପ ଠାରେ ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଜୟଦେବ ମାଝୀ ଙ୍କ ନେତୃତ୍ବରେ କ୍ଷେତ୍ରମୋହନ ମାଝୀ, ଆସିଫ୍ ବେଗ, ଗଣ୍ଡାରାମ ମାଝୀ, ନରେନ୍ଦ୍ର ନାଗ, ଗୁଡୁ ମାଝୀ, ହେତୁରାମ ମାଝୀ, କାନ୍ତିଲାଲ ମାଝୀ, ଛବି ମାଝୀ, ବସୁ ମାଝୀ, ସୁଶାନ୍ତ ମାଝୀ, ପରମେଶ୍ଵର ମାଝୀ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର ପ୍ରଦାନ ନିମନ୍ତେ ସମସ୍ତ ଙ୍କ ଠାରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା l

IEC 2 years

Comments are closed.