ନୂଆପଡ଼ା – ୭/୫(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ପୋଲିସ ପକ୍ଷ ରୁ ସମଗ୍ର ଜିଲ୍ଲା ରେ “ଅପରେସନ ଶୁଦ୍ଧି” ଅଭିଯାନ ହାତକୁ ନେଇ ବେନିୟମ କାର୍ଯ୍ୟକଳାପ ଯଥା ଯୁଆ, ମଦ, ଗଞ୍ଜେଇ, ନିଶା ଇଞ୍ଜେକସନ ଇତ୍ୟାଦି ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟ ରେ ଯୋରଦାର ଧରପକଡ ଅଭିଯାନ ଚାଲିଅଛି। ଏହି କ୍ରମ ରେ ଯୋଙ୍କ ପୋଲିସ ଷ୍ଟେସନ ଖରିଆର ରୋଡ ଦ୍ଵାରା ୱାର୍ଡ ନମ୍ବର ୧୩ ଧୋବିପଡ଼ା ରେ ଗତ କାଲି ରାତ୍ରୀରେ ଅଚାନକ ଚଢାଉ କରି ବିପୁଳ ପରିମାଣ ରେ ନିଶା ଇଞ୍ଜେକସନ ଓ ଦୁଇ ଗୋଟି ମୋବାଇଲ୍ ଫୋନ ଜବତ କରିଥିବା ବେଳେ ଉକ୍ତ କେସ ରେ ତିନି ଜଣ ଙ୍କୁ ଗିରଫ କରିଥିବା ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ସୁଚନା ପ୍ରଦାନ କରିଛନ୍ତି। କୌଣସି ନିର୍ଭର ଯୋଗ୍ୟ ସୂତ୍ର ରୁ ଖବର ପାଇ ଜୋଙ୍କ ପୋଲିସ ଷ୍ଟେସନ ଦ୍ଵାରା ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଧୋବିପଡ଼ା ୱାର୍ଡ଼ ନମ୍ବର -୧୩ ର ଏକ ଘରେ ଅଚାନକ ଚଢାଉ କରି ସେଠାରୁ ନିଶା ଇଞ୍ଜେକସନ ( PANTAZOCINE LACTATE INJECTION-IP 30Mg) ୬୨୨ ଗୋଟି ଜବତ କରି ଉପରୋକ୍ତ ମାମଲା ରେ ଏନଡିପିଏସ କେସ ରୁଜୁ କରି ତିନ ଜଣ ଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଅଖତର ମହମ୍ମଦ (୫୫ବର୍ଷ), ଶୋହେଲ ମହମ୍ମଦ (୨୩ବର୍ଷ) ଓ ଶହରୁଖ ଖାନ (୩୨ବର୍ଷ) ବୋଲି ସୁଚନା ଦେଇଛନ୍ତି। କେଶ ନମ୍ବର- ୮୮, ୭ ମେ ୨୦୨୫ ,ଏନ ଡି ପି ଏସ ଆକ୍ଟ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଉପରୋକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର.ରେଡ୍ଡୀ ରାଘବେନ୍ଦ୍ର, ଆଇଆଇସି ପ୍ରଦୀପ କୁମାର୍ ଧରୁଆ , ଆଇଆଇସି ଗଙ୍ଗାଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ।