Odisha news

କେବଳ ଖାଦ୍ୟ ପାଇଁ ନୁହେଁ “ଭୃଷୁଙ୍ଗ ପାତ୍ର” ରେ ରହିଛି ଔଷଧୀୟ ଗୁଣ

0

ଭୃଷୁଙ୍ଗ ପତ୍ର ଗାଁଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ନିଜ ଖାଦ୍ୟରେ ବ୍ୟବହାର କରିଥାନ୍ତି l କିନ୍ତୁ ଦକ୍ଷିଣ ଭାରତର ଲୋକମାନେ ଏହାକୁ ନିଜ ଖାଦ୍ୟାରେ ଅଧିକ ପରିମାଣରେ ବ୍ୟବହାର କରନ୍ତି l ଭୃଷୁଙ୍ଗ ପତ୍ରର ବୈଜ୍ଞାନିକ ନାମ ହେଉଛି “ମୂରାୟl କୋଏନିଜୀ “l ଏହାକୁ କଡି ପତା ବା ମିଠା ଲିମ୍ବ କୁହାଯାଏ l ଭୃଷୁଙ୍ଗ ପତ୍ରର ଔଷଧୀୟ ଗୁଣ ଓ ବିଶେଷତା ପାଇଁ ଏହାକୁ ବର୍ତମାନ ଦେଶ ଓ ବିଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଉଛି l

ଭୃଷୁଙ୍ଗ ପାତ୍ରରେ କେଉଁ ଭିଟାମିନ କେତେ ପରିମାଣରେ ଥାଏ ଆସନ୍ତୁ ଜାଣିବା –
* କ୍ୟାଲ୍ସିଅମ -୮୧0 ମିଲିଗ୍ରାମ
* ଫସଫରସ -୬00 ମିଲିଗ୍ରାମ
* ଆଇରନ -୩.୧ମିଲିଗ୍ରାମ
* କେରୋଟିନ-୧୨୬00 ଇଉନିଟ
* ଭିଟାମିନ-ସି ୪ ମିଲିଗ୍ରାମ

* ଓଜନ କମାଇଥାଏ -ଭୃଷୁଙ୍ଗ ପାତ୍ରରେ ଡାଇକ୍ଲୋରୋ ମେଥେନ ,ଏଥିଲ ,ଏସିଟେଟ ପରି ଖାସ ତତ୍ୱ ମିଳିଥାଏ l ଏହି ସବୁ ତତ୍ୱ ମଣିଷର ଓଜନ କମାଇବାରେ ଓ କୋଲେଷ୍ଟ୍ରଲ କମାଇବାରେ ସାହାଯ୍ୟ କରିଥାଏ l କୋଲେଷ୍ଟ୍ରଲ କମାଇବା ପାଇଁ ଟ୍ରାଇଗ୍ଲୀସରାଇଡ ର ସ୍ତରକୁ ରକ୍ତରେ ନିୟନ୍ତ୍ରଣ କରିଥାଏ l ଏଥିପାଇଁ କୁହାଯାଏ ଯେ କଡୀ ପତା ଓଜନ କମାଇବା ପାଇଁ ଅତ୍ୟନ୍ତ ଉପଯୋଗୀ l

* ଆନିମିଆ ପାଇଁ ଲାଭ କାରି-ବିଶେଷଜ୍ଞନଙ୍କ ମତରେ ଭୃଷୁଙ୍ଗ ପାତ୍ରରେ ଆଇରନ ଥିବା ହେତୁ ଆନିମିଆ ପାଇଁ ହିତକାରୀ ଅଟେ l ଏହା ସହିତ ଏଥିରେ କ୍ୟାଲ୍ସିଅମ ,ଜିଙ୍କ ଓ ବେନେଡ଼ିଅମ ଇତ୍ୟାଦି ଖଣିଜ ପଦାର୍ଥ ଅଛି ତେଣୁ ଆନିମିଆ ରୋଗୀମାନେ ପ୍ରତେକ ଦିନ ସଖାଳୁ ଭୃଷୁଙ୍ଗ ପାତ୍ରରରସ ପିଇବା ଆବଶ୍ୟକ l

* ମଧୁମେହ ପାଇଁ ହିତକର -କୁହାଯାଏ ଯେ ଭୃଷୁଙ୍ଗ ପାତ୍ରରେ ହାଇପୋ ଗ୍ଲlଇସେମିକ ଅଛି l ଯାହା ସୁଗାର ଲେବୁଲକୁ କମ କରିଥାଏ l ଏଥିପାଇଁ କୁହାଯାଏ ଯେ ପ୍ରତେକ ଦିନ ନିଜ ଖାଦ୍ୟରେ ଭୃଷୁଙ୍ଗ ପାତ୍ରକୁ ସାମିଲ କରିବା ଆବଶ୍ୟକ l

* ଲିଭରକୁ ସୁସ୍ଥ ରଖିଥାଏ -କୁହାଯାଏ ଯେ ଭୃଷୁଙ୍ଗ ପାତ୍ରରେ ଟୈନନ୍ ଓ କାରବାଜୋଲ ଭଳି ତତ୍ୱ ଅଛି l ବିଶେଷଜ୍ଞଙ୍କ ମତରେ ଏହି ତତ୍ତ୍ୱରେ ହେପଟୋ ପ୍ରୋଟେକ୍ଟଇଭି ଗୁଣ ମିଳେ ଯାହା ଲିଭର କାର୍ଯ୍ୟ କ୍ଷମତାକୁ ବଢ଼ାଇଥାଏ l ଏହା ସହିତ ଲିଭର ଷୋରିଆସିସ ମଧ୍ୟ ଠିକ ହୋଇଥାଏ l

* ସଂକ୍ରମଣରୁ ରକ୍ଷା କରେ -ବିଶେଷଜ୍ଞଙ୍କ ମତରେ ଭୃଷୁଙ୍ଗ ପାତ୍ର ତେଲ କିଛି ମୂଲ୍ୟବାନ ପୋଷାକ ତତ୍ତ୍ୱରେ ପରିପୃଣ୍ଣ ଅଟେ l ଏହି ତେଲରେ ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଫଙ୍ଗlଲ ଗୁଣ ମିଳିଥାଏ l ଯାହା ଆମ ଚର୍ମକୁ ଖରାପ ଫଙ୍ଗସ ପ୍ରଭାବରୁ ରକ୍ଷା କରିଥାଏ l ବ୍ରଣ ପାଇଁ ଭୃଷୁଙ୍ଗ ପାତ୍ର ତେଲ ଅତ୍ୟନ୍ତ ଉପଯୋଗୀ l

* କେଶ ପାଇଁ ମୂଲ୍ୟବାନ ଅଟେ -ବିଶେଷଜ୍ଞ ମାନଙ୍କ ମତରେ ଭୃଷୁଙ୍ଗ ପାତ୍ର କେଶପାଇଁ ଅତ୍ୟନ୍ତ ଗୁଣ କlରି l ଭୃଷୁଙ୍ଗ ପାତ୍ରକୁ ନଡ଼ିଆ ତେଲରେ ଫୁଟାଇ କେଶର ମୂଳରେ ମାଲିସ କରିବା ଦ୍ୱାରା କେଶ ଘନ ଓ କଳା ହୋଇଥାଏ l ଦକ୍ଷିଣ ଭାରତରେ ଏହି ତେଲକୁ କେଶର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରିଥାନ୍ତି l

Nalco
Leave A Reply