ସ୍ୱାଧୀନତାର ୭୩ ବର୍ଷ ପରେ ଗାଁକୁ ନାହିଁ ପକ୍କା ରାସ୍ତା : ମୌଳିକ ସୁବିଧାରୁ ବଞ୍ଚିତ ଶତାଧିକ ପରିବାର , ରାସ୍ତାରେ ତଳି ରୁଇଁ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ
ଗୋପ : ସ୍ୱାଧୀନତାର ୭୩ ବର୍ଷ ପରେବି ଗାଁକୁ ନାହିଁ ପକ୍କା ରାସ୍ତା, ଦୀର୍ଘ ଦିନ ଧରି ଲାଗି ରହିଛି ପାନୀୟ ଜଳ ସମସ୍ୟା । ସମାଜର ମୁଖ୍ୟ ସ୍ରୋତଠାରୁ ଅନତି ଦୂରରେ ଗୋପ ବ୍ଲକ୍ ସୋରିଶିଆପଦା ଗାଁ । ଏ କେଉଁ ଉପାନ୍ତ ଅଞ୍ଚଳର ଘଟଣା ନୁହଁ । ଏହା ଖୋଦ୍ ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୬୦ କି.ମି. ଦୂର । ଗୋପ ବ୍ଲକ୍ ହେଡ଼୍କ୍ୱାର୍ଟର ଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଗୋପ ପଞ୍ଚାୟତ ୧୦ ନଂ ୱାର୍ଡ଼ ସୋରିଷିଆପଦା ଗାଁ । ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଥିବାବେଳେ ଏହି ଗାଁରେ ବସବାସ କରୁଥିବା ୫୦୦ରୁ ଉଦ୍ଧ୍ୱର୍ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚôତ ହେଉଥିବାବେଳେ ସାମାନ୍ୟ ବର୍ଷାରେ ଯାତାୟତ କରିବା କଷ୍ଟକର ହୋଇପଡ଼ୁଛି ।
ପକ୍କା ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବୁଧବାର ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଅଭିନବ ପ୍ରତିବାଦ କରିଛନ୍ତି । ପଙ୍କ ଭର୍ତ୍ତି ରାସ୍ତାରେ ତଳି ରୁଇଁଥିବା ଦେଖିôବାକୁ ମିଳିଛି । ସୂଚନା ଅନୁଯାୟୀ ଏହି ଗାଁରେ ପ୍ରାୟ ୨୦୦ ପରିବାରର ୫୦୦ ଜନସାଧାରଣ ବସବାସ କରୁଥିବାବେଳେ ଏଥିରେ ପ୍ରାୟ ୮୦ ପ୍ରତିଶତ ଦଳିତ ପରିବାର ଓ ଅନ୍ୟ ୨୦ ପ୍ରତିଶତ ଅନ୍ୟାନ୍ୟ ପଛୁଆ ବର୍ଗର ଜନସାଧାରଣ । ତେବେ ମାଧବ ବାଲିଘାଇ ରାସ୍ତାରୁ ଜମରା-ପୟରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାକୁ ସଂଯୋଗ କରୁଥିବା ଏହି ଗାଁକୁ ଏଯାବତ୍ ଭଲ ରାସ୍ତା ଖଣ୍ଡିଏ ହୋଇପାରିନାହିଁ । ନିର୍ବାଚନ ସମୟରେ ଅନେକ ନେତା ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଉଥିôବାବେଳେ ପ୍ରତିଶୃତି କେବଳ ପ୍ରତିଶୃତିରେ ସୀମିତ ରହୁଛି ।
ଦୀପ ତଳ ଅନ୍ଧାର ଭଳି ଏହି ଗାଁ ଉପରେ କାହାର ନଜର ପଡ଼ୁନଥିବାବେଳେ ଗ୍ରାମବାସୀମାନେ ବ୍ଲକ୍ ଠାରୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ରାସ୍ତା ନିର୍ମାଣ ସହ ମୌଳିକ ସୁବିଧା ଯୋଗାଇ ଦେବା ଲାଗି ବାରମ୍ବାର ଆପତ୍ତି ଅଭିଯୋଗ କରିଆସୁଥିଲେ ମଧ୍ୟ ଏହା ଉପରେ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ବର୍ଷାଦିନ ଆସିବା ମାତ୍ରେ ଗ୍ରାମବାସୀଙ୍କ ଦୁଃଖ ଦୁର୍ଦ୍ଦଶା ବୃଦ୍ଧି ପାଉଛି । ଗାଁରେ ଥିବା ୧୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାତାୟତ କରିବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଗାଁକୁ ଆମ୍ବୁଲାନ୍ସ ଓ ଅଗ୍ନିସମ ଭଳି ଜରୁରୀ କାଳୀନ ସେବା ପ୍ରଦାନ କରୁଥିବା ଗାଡ଼ି ପଶିବା କଷ୍ଟସାଧ୍ୟ ହୋଇପଡ଼ୁଥିବାବେଳେ ବର୍ଷା ସମୟରେ ଗର୍ଭବତୀ ମହିଳା ଓ ଗୁରୁତର ରୋଗରେ ପିଡ଼ୀତ ରୋଗୀ ଖଟିଆରେ ବୁହା ହୋଇ ଆସିବା ଏକ ପ୍ରକାର ନିଶ୍ଚିତ ହୋଇପଡ଼ିଛି ।
ଗ୍ରାମରେ ଝିଅ ବାହାଦେବାକୁ ରାସ୍ତା ଓ ପାନୀୟ ଜଳ ସମସ୍ୟା ଦେଖି କନ୍ୟାପକ୍ଷ ରାଜି ହେଉନଥିବା ଜୈନିକ ଗ୍ରାମବାସୀ ପ୍ରକାଶ କରିଥିବାବେଳେ ଦିନକୁ ଦିନ ଏହି ସମସ୍ୟା ବଢ଼ିବାରେ ଲାଗିଛି । କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ଗାଁ ଉପରେ ଦୃଷ୍ଟି ନଦେବା ଯୋଗୁଁ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ପଙ୍କ ଭର୍ତ୍ତି ରାସ୍ତାରେ ପାୱାରଟିଲର ଚଲାଇ ତଳି ରୁଇଁ ଅଭିନବ ପ୍ରତିବାଦ କରିଛନ୍ତି । ଏଥି ସହ ଯଥାସମ୍ଭବ ରାସ୍ତା ମରାମତି କରିବା ଲାଗି ଗ୍ରାମର ରଶ୍ମିତା ବେହେରା, ପବିତ୍ର ଦାସ, ମଦନ ଚରଣ ଦାସ, ଯଦୁମଣି ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ମହମ୍ମଦ ଅଜିଜ୍ ଉଲ୍ଲା ଶାହା, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଦାବି କରିଛନ୍ତି । ଯଦି ଏହି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ସଂପର୍କରେ ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ସେ କୁହନ୍ତି, ଏହା ଉପରେ ଦୃଷ୍ଟି ଦିଆଯାଇ ଯଥା ସମ୍ଭବ ପଦକ୍ଷେପ ନିଆଯିବ ।