ଭୁବନେଶ୍ୱର,୩୦ ଜୁଲାଇ – ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମହାଶୟ ଡିଜେଲର ୩୦ % ଭ୍ୟାଟକୁ କମେଇ ୧୬.୭୫ % କୁ ନେଇଆସିବା ଫଳରେ ଆଜି ଡିଜେଲ ତୈଳଦର ମୂଲ୍ୟ ଲିଟର ପିଛା ୮ ଟଙ୍କା ୩୬ ପଇସା କମିଯାଇଛି ।ଏହାଦ୍ୱାରା ଦିଲ୍ଲୀର ଜନସାଧାରଣ ଉପକୃତ ହେବେ ଏବଂ ସବୁ ସାମଗ୍ରୀର ମୂଲ୍ୟ କମିବ ଏତତବ୍ୟତୀତ ଅର୍ଥ ନିତିର ଅଭିବୃଦ୍ଧି ଘଟିବ ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି । ଦିଲ୍ଲୀ ଭଳି ଓଡିଶା ରାଜ୍ୟ ମଧ୍ୟ ଅର୍ଥନୈତିକ ସଙ୍କଟ ଭିତରେ ଗତି କରୁଛି । ବେକାରୀ ବେରୋଜଗାରୀ ବଢ଼ିଛି । ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି । ଏଭଳି ଏକ କଠିନ ସମୟରେ ଦିଲୀ ସରକାର ଯେଉଁ ପଦକ୍ଷେପ ଗ୍ରହଣ କଲେ ଓଡିଶା ସରକାର ସେଭଳି କିଛି ନିଷ୍ପତି ନିଅନ୍ତୁ ବୋଲି ପିସିସି ସଭାପତି କହିଛନ୍ତି । ଖାଲି ସେତିକି ନୁହେଁ,ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଏହିପରି ପଦକ୍ଷେପ ରାଜ୍ୟ ସରକାର ନେଲେ ଓଡ଼ିଶାର ଜନସାଧାରଣ ନିଶ୍ଚିତ ଭାବରେ ଉପକୃତ ହେବେ । ଓଡ଼ିଶାର ଅର୍ଥନୀତିକୁ ବିକାଶ ପଥରେ ଆଗେଇ ନେବାକୁ ଓଡ଼ିଶାର ଜନସାଧାରଣ ନିଶ୍ଚିତ ଉଦ୍ୟମ କରିବେ ଓ ରାଜ୍ୟରେ ଦରଦାମ କମେଇବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।
