Odisha news

ଜଂକିଆ ବିଦ୍ୟୁତ୍ ବିଭାଗ ଅଫିସରେ ଉପଭୋକ୍ତାଙ୍କ ମୃତ୍ୟୁ ଘଟଣାରେ ଜଣେ ବିଦ୍ୟୁତ୍ କର୍ମଚାରୀ ନିଲମ୍ବିତ

0

ନିରାକାରପୁର, ୮/୯: ବୁଧବାର ଦିନ ଜଣେ  ବ୍ୟକ୍ତି ନିଜ ଘର ବିଦ୍ୟୁତ୍ ଦେୟ କାହିଁକି ବଢ଼ିକି ଆସିଛି ବୋଲି ସେ    ସମ୍ପର୍କରେ ବୁଝିବାକୁ ଜଂକିଆ ବିଦ୍ୟୁତ୍ ଅଫିସ କୁ ଆସିଥିଲେ। ସେଠାରେ କଥାବାର୍ତ୍ତା ହେଉ ହେଉ ଟଳି ପଡ଼ି ମୃତ୍ୟୁବରଣ କରିଥିଲେ। ଉକ୍ତ ଘଟଣାରେ ଆଜି ବିଭାଗୀୟ ଅଧିକାରୀ ମୃତ ଉପଭୋକ୍ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା କର୍ମଚାରୀ ସୁଶାନ୍ତ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି। ପ୍ରକାଶ ଥାଉ କି   ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ରତାମାଟି ଗ୍ରାମର ବେଣୁଧର ବିଶୋଇ ନିଜର   ବିଦ୍ୟୁତ୍ ବିଲ ବାବଦକୁ  ଅତିରିକ୍ତ ଫାଇନ ୨୦ ହଜାର ସମ୍ପର୍କ ରେ ଜଂକିଆ ଟାଟା ପାୱାର ବିଦ୍ୟୁତ୍ ଅଫିସକୁ ବୁଝିବାକୁ ଆସିଥିଲେ। ଗତ ମାସରେ ତାଙ୍କର କାହିଁକି ବିଲ ବଢ଼ାଯାଇଛି ବୋଲି ସେ ବାରମ୍ବାର ବିଲ ରିଡର୍ ଙ୍କୁ ପଚରିଲେବି କୌଣସି ଉତ୍ତର ନ ପାଇ ଏଠାକୁ ଆସିବ ସମୟର ତାଙ୍କର ଏହି କଥାକୁ ନେଇ କିଛି ବିଦ୍ୟୁତ୍ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ବେଣୁଧର ହଠାତ୍ ଟଳି ପଡ଼ିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଓ କିଛି ଗ୍ରାମବାସୀ ଶବକୁ ଆଣି ଜଂକିଆ ବିଦ୍ୟୁତ୍ ଅଫିସ ଆଗରେ ରଖି କ୍ଷତି ପୂରଣ ଦାବି କରିଥିଲେ। ପରେ ଘଟଣାସ୍ଥଳକୁ ଜଂକିଆ ଥାନା ପୋଲିସ ଆସି ବୁଝା ସୁଝ କରିବା ପରେ ରାତି ୮ ଟା ବେଳକୁ ଶବକୁ ପରିବାର ଲୋକ ଗ୍ରାମକୁ ନେଇଯାଇଥିଲେ।

Nalco
Leave A Reply