Odisha news

ସନ୍ଦେହ ଘେରରେ ଏସଆଇ ସ୍ୱାଗତିକା ମୃତ୍ୟୁ ଘଟଣା

0

ନିରାକାରପୁର, ୨୭/୮: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ସ୍ବର୍ଗତ ପ୍ରଭାସ ବେହେରାଙ୍କ ଝିଅ ସ୍ୱାଗତିକା ବେହେରା (ରିଙ୍କି) ତିନି ବର୍ଷ ତଳେ ପୋଲିସ ସବ୍ ଇନ୍ସପେକ୍ଟର ଚାକିରି ପାଇ ପ୍ରଥମେ ଟ୍ରେନିଂରେ ନିରାକାରପୁର ଥାନାରେ ପରେ ଜଂକିଆ ଥାନା ରେ କାର୍ଯ୍ୟ କରିଥିଲେ। ପରେ ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଟ୍ରେନିଂ ସେଣ୍ଟର୍ ରେ ଟ୍ରେନିଂ ନେଲା ପରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ଥିଲେ। କୌଣସି କାରଣରୁ ଆଜି ସକାଳୁ ତାଙ୍କ ସରକାରୀ କ୍ୱାର୍ଟର ରେ ତାଙ୍କ ମୃତ୍ୟୁ ଶରୀର ଫ୍ୟାନ ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୋଲିସ ତାଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ କୁ ଜୋର୍ କରିଥିବା ଜଣାପଡ଼ିଛି। ଏଣେ ତାଙ୍କ ନିଜ ଘର ନିରାକାରପୁରରେ ଉକ୍ତ ଘଟଣାକୁ କେହି ବିଶ୍ବାସ କରିପାରୁ ନ ଥିବାବେଳେ ଶୋକ ର ଛାୟା ଖେଳି ଯାଇଛି। ତାଙ୍କ ଭାଇ ଓ କିଛି ସମ୍ପର୍କୀୟ   ଜି ଉଦୟଗିରି ଯାଇ ଶବକୁ ବ୍ୟବସ୍ଥା କରିଛନ୍ତି।

Nalco
Leave A Reply