ନିରାକାରପୁର, ୧୬/୭: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲେଣ୍ଡୋ ଗ୍ରାମର ନିରାକାରପୁର ଥାନା ଅନ୍ତର୍ଗତ ଲେଣ୍ଡୋ ଗ୍ରାମପଞ୍ଚାୟତ ଲେଣ୍ଡୋ ଗ୍ରାମର ସଂଜୀବ ସ୍ୱାଇଁ 3rd BN(SS) ରେ ପାରଳାଖାମୁଣ୍ଡିରେ କାର୍ଯ୍ୟରତ ଥିଲେ।ସଂଜୀବ ଗାଁକୁ ଛୁଟିରେ ଆସିଥିବା ବେଳେ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୧୪ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ଚିହ୍ନା ମାନ୍ଧାତା ମୃତକ ସଂଜୀବ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।ଏମାନଙ୍କ ବ୍ୟତୀତ ଜିଲ୍ଲା ପରିଷଦ ସଭ୍ୟ ବିଜୟ ପାଲଟାସିଂହ, ଟାଗିଂ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା, ଓ ସ୍ଥାନୀୟ ସରପଞ୍ଚ ବିନୋଦୀନ ଦାଶ, ସମିତି ସଭ୍ୟ ବିକାଶ ନାୟକ , ପୂର୍ବତନ ସରପଂଚ ହୃଷିକେଶ ରାଉତରାୟ ପ୍ରମୁଖ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
