Odisha news

ଗୋ ସୁରକ୍ଷା ବାହିନୀ କର୍ମକର୍ତ୍ତାଙ୍କ ମୃତ୍ୟୁରେ ଶୋକ : ହିନ୍ଦୁ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ 

0
ନିରାକାରପୁର,୧/୯: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗୋ ସୁରକ୍ଷା ବାହିନୀ ଜଣେ ସକ୍ରିୟ ସଦସ୍ୟ ତଥା ଉଦୀୟମାନ ଯୁବକ ସଞ୍ଜୟ କୁମାର ରାଉତରାୟ  ( ଡୁଗୁଲା) ଙ୍କର ଆଜି ଭୁବନେଶ୍ୱର ର ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସଞ୍ଜୟ ଦୀର୍ଘ ଦିନ ହେବ ମଧୁମେହ ରୋଗରେ ପୀଡିତ ଥିବାବେଳେ କିନ୍ତୁ ସବୁ କିଛି କାର୍ଯ୍ୟ କରୁଥିଲେ। ଶନିବାର ଦିନ ସଞ୍ଜୟଙ୍କ ଶରୀର ଅସୁସ୍ଥ ଅନୁଭବ ହେବାରୁ ଭୁବନେଶ୍ୱର ଏକ ହସ୍ପିଟାଲ୍ ରେ ଭର୍ତି ହୋଇଥିଲେ। ଆଜି ତାଙ୍କର ଚିକିତ୍ସା ଚାଲିଥିବାବେଳେ ମୃତ୍ୟୁ ବରଣ କରିଥିଲେ। ସେ ଜଣେ ହିନ୍ଦୁ ସଙ୍ଗଠନର ମଧ୍ୟ ସଭ୍ୟ। ତାଙ୍କ ମୃତ୍ୟୁ ରେ ଏହି ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଶରୀର ଭୁବନେଶ୍ୱର ରେ ଆସୁଥିବାବେଳେ ଖୋର୍ଦ୍ଧା ଠାରେ ହିନ୍ଦୁ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିବାବେଳେ ନିରାକାରପୁର ଠାରେ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ସଞ୍ଜୟଙ୍କ ମୃତ ଦେହ କୁ ପରିକ୍ରମା କରି ଗ୍ରାମ ଶ୍ମଶାନ ରେ ଅନ୍ତିମ ସତ୍କାର କରାଯାଇଛି। ଏହି ସମୟରେ ପୂର୍ବତନ ସରପଞ୍ଚ ହୃଷୀକେଶ ରାଉତରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ରାଉତରାୟ, ବଣିକ ସଂଘ ସଭାପତି ଆରତ ରାଉତରାୟ ଓ ବଜରଙ୍ଗ ଦଳର ବହୁ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶୋକ ବ୍ୟକ୍ତ କରିଥିଲେ।
Govt
Leave A Reply