Odisha news

ଅଙ୍ଗନୱାଡ଼ି ଗୃହ ବିବାଦର ସମାଧାନ କଲେ ସିଡ଼ିପିଓ

0

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗୋଦା ଗ୍ରାମରେ ଥିବା ଅଙ୍ଗନୱାଡ଼ି -୧ କେନ୍ଦ୍ରର କର୍ମୀ ନିଜ ଗୃହରେ ଦୀର୍ଘ ଦିନ ହେବ ଅଙ୍ଗନୱାଡ଼ି ଚଳାଇ ଆସୁଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି ।ଖବର ନେବାରେ ଜଣାପଡିଛି ଗଡ଼ିଶାଗୋଦା ଅଙ୍ଗନୱାଡ଼ି କେନ୍ଦ୍ର -୧ ରେ ନିଯୁକ୍ତି ପାଇଥିବା କର୍ମୀ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ନିଜ ଘରେ ଅଙ୍ଗନୱାଡ଼ି କେନ୍ଦ୍ର କରିଥିବାରୁ ବିଭିନ୍ନ ସମୟରେ ଅଭିଭାବକ ଓ ଗ୍ରାମବାସୀ ପୁରୀ ଜିଲ୍ଲାପାଳ ଓ କଣାସ ଶିଶୁ ବିକାଶ ଅଧିକାରିଣୀଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ।ଅଭିଯୋଗରେ ଦର୍ଶାଯାଇଥିଲା  ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନଥିବାରୁ ବିଦ୍ୟାଳୟ କିମ୍ବା ଭଡ଼ା ଘରେ ଅଙ୍ଗନୱାଡ଼ି କେନ୍ଦ୍ର ଚଳାଇବା ପାଇଁ କିନ୍ତୁ ଅଙ୍ଗନୱାଡ଼ି କର୍ମୀ ନିଜ ଗୃହରେ କେନ୍ଦ୍ର ନଚଳାଇବା ପାଇଁ ।ଏନେଇ ଅଭିଯୋଗ ପରେ ଆଜି କଣାସ ଶିଶୁ ବିକାଶ ଅଧିକାରିଣୀ ସ୍ମିତା ମହାନ୍ତି ଗଡ଼ିଶାଗୋଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିଥିଲେ ।ଏବେ ଅଙ୍ଗନୱାଡ଼ି କେନ୍ଦ୍ର ଭଡାଘରେ ଚାଲିବ ପରେ ବିଦ୍ୟାଳୟ ମଧ୍ୟରେ ଥିବା ଏକ ପୁରୁଣା ଗୃହକୁ କାର୍ଯ୍ୟକ୍ଷମ କଲେ ସେଠାରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିବ ।ପରେ ଗ୍ରାମବାସୀ ଜାଗା ଚିହ୍ନଟ କରିଦେଲେ ସେଠାରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ହେବ ବୋଲି ଗ୍ରାମବାସୀ ପ୍ରତିଶୃତି ଦେଇଥିବା ଶିଶୁ ବିକାଶ ଅଧିକାରିଣୀ ସ୍ମିତା ମହାନ୍ତି କହିଛନ୍ତି ।

Govt
Leave A Reply