Odisha news

ଓଭର ବ୍ରିଜ ଷ୍ଟ୍ରିଟ ଲାଇଟ୍ ଜଳୁନି , ବୋଲେରୋ ପଛକୁ ଧକ୍କା ଦେଲା ଟଲର : ଦୁଇ ମୃତ

0
ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ମଙ୍ଗଳବାର ରାତି ସାଢେ଼ ଗୋଟାଏ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଆଡୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ଏକ ବୋଲେରୋ ଗାଡି ନଂ ଡବ୍ଲୁ ବି ୩୧ -୯୪୭୯ ଖରାପ ହୋଇ ଓଭର ବ୍ରିଜ ରେ ଛିଡା ହୋଇ ଥିବାବେଳେ ପଛରୁ ଏକ ଟଲର ନଂ ଓଡି ୧୪ ଏଲ ୫୩୪୯ ଦୃତ ଗତିରେ ଆସି ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣାରେ ଖରାପ ହୋଇଯାଇଥିବା ବୋଲେରୋ ମରାମତି କରୁଥିବା ଡ଼୍ରାଇଭର ଓ ହେଲ୍ପର ଜାହିର ମଲ୍ଲିକ, ସାନ୍ତୁନ ସାହୁ ଘଟଣାସ୍ଥଳରେ ଗାଡି ଧକ୍କା ଯୋଗୁ ଗୁରୁତର ହୋଇଯାଇଥିଲେ। ଖବର ପାଇ ଜଂକିଆ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ସଦଳବଳେ ପହଞ୍ଚି ଗୁରୁତର ଦୁଇ ଜଣଙ୍କୁ ଖୋର୍ଦ୍ଧା ହସପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସା ଅବସ୍ଥାରେ ଡାକ୍ତର ଉକ୍ତ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ବ୍ୟବଚ୍ଛଦ କରିବା ସହିତ ଦୁଇଟି ଯାକ ଗାଡି ଜବତ କରି କେସ ନଂ ୧୧୭/୨୪ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟଲର ଡ଼୍ରାଇଭର ଫେରାଇ ହୋଇଯାଇଛି। ସୂଚନାଯୋଗ୍ୟ ଏହି ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଦୀର୍ଘ ଦିନ ଧରି ଯାନବାହାନ ଚଳାଚଳ କରୁଥିବାବେଳେ ଏ ପର୍ଯ୍ୟନ୍ତ ଷ୍ଟ୍ରିଟ ଲାଇଟ୍ ଜଳୁ ନଥିବାରୁ ଏହି ଓଭର ବ୍ରିଜ ଉପରେ ବାରମ୍ବାର ଦୁର୍ଘଟଣା ଘଟିଛି।
Govt
Leave A Reply