Odisha news

ପନିପରିବା ଚାଷ ନିମନ୍ତେ  କୃଷି ବିଭାଗ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

0

ନିରାକାରପୁର,୧୪/୩:  ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ମାଲୁଣି ପୋଖରୀ ନିକଟରେ କୃଷି ବିଭାଗ ତରଫରୁ ପନିପରିବା ଚାଷ ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗ ତରଫରୁ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ଗ୍ରାମ୍ୟ କୃଷି କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କୃଷକ ବିଦ୍ୟାଳୟ ମାଧ୍ୟମରେ ପନିପରିବା ଲଗାଇବା ପ୍ରଣାଳୀ ଓ ଏହାର ଉତ୍ପାଦନ ସମ୍ପର୍କରେ ବୁଝାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ.. ଶ୍ରୀ, ବିଜୟ କୁମାର ପାଲଟାସିଂହ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ.. ରବୀନ୍ଦ୍ର ରାଉତରାୟ, ଶୁଭମ ଦାଶ, ବିପିନ ଜୟସିଂହ,ସ୍ଵପ୍ନେଶ୍ଵର ରାଉତରାୟ, ଡମ୍ବରୁଦ୍ଧାର ପରିଡା, ରବି ମାଝୀ, ବିଜୟ ଜୟସିଂହ, ଭାସ୍କର ପ୍ରଧାନ, କାବୁ ପ୍ରଧାନ, ବିପିନ ରାଉତରାୟ ଓ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ।

Nalco
Leave A Reply