ନିରାକାରପୁର,୧୯/୨: ଖୋର୍ଦ୍ଧା ଜିଲ୍ଲା ଲେଣ୍ଡୁ ଖେଳପଡିଆ ଲେଣ୍ଡୁ କ୍ରିକେଟ ଆସୋସିଏସନ୍ ତରଫରୁ ସଂଜୀବ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ନିରାକାରପୁର କ୍ରିକେଟ କ୍ଳବ୍ ଓ ଗୋଡ଼ା କ୍ଲବ କ୍ରିକେଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଗୋଡ଼ା ଟସ୍ ଜିଣି ଦକ ୧୧.୩ ଓଭର ବିନିମୟରେ ୮୮/୧୦ ରନ କରି ଥିଲା। ନିରାକାରପୁର୍ କ୍ଲବ୍ ୧୨ ଓଭର ରେ ୭୭/୭ ରନ କରି ପରାଜୟ କରିଛନ୍ତୀ। ଆଜିର ଖେଳକୁ ପ୍ରଦୀପ୍ତ ବିଶ୍ବାଳ ଓ ବିକାଶ ରଞ୍ଜନ ନାୟକ ପରିଚାଳନା କରିଥିଲେ। ଆଜିର ଅତିଥି ଭାବେ ସମାଜସେବୀ କୃପାସିନ୍ଧୁ ଛୋଟରାୟ ଯୋଗଦେଇ ମ୍ୟାନ ଅପ ଦି ମ୍ୟାଚ ସନ୍ତୋଷ କୁମାର ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ରୋଶନ ମଙ୍ଗରାଜ, ଚିନୁ ପ୍ରଧାନ, ବବୁଲ ଖୁଣ୍ଟିଆ, ଓମ ବିଶ୍ଵାଳ, ଶକ୍ତି ମହାନ୍ତି,ପିପୁ ଛୋଟରାୟ , ବାବୁ ରାଉତରାୟ, ଶାନୁ ବିଶ୍ଵାଳ, ପ୍ରମୋଦ ଭୂଜବଳ, ଶୋନୁ ହରିଚନ୍ଦନ ରାୟ ଓ ରାଜୁ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।