ନିରାକାରପୁର,୭/୨: ଖୋର୍ଦ୍ଧା ଜିଲ୍ଲା ଲେଣ୍ଡୁ ଖେଳପଡିଆ ଲେଣ୍ଡୁ କ୍ରିକେଟ ଆସୋସିଏସନ୍ ତରଫରୁ ସଂଜୀବ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ ସର୍ଧାପୂର୍ କ୍ରିକେଟ କ୍ଳବ୍ ଓ ବାଲିଗାଡିଆ କ୍ରିକେଟ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ସାରଧାପୁର ଟସ୍ ଜିଣି ଦକ ୧୨ ଓଭର ବିନିମୟରେ ୯୭/୮ ରନ କରି ଥିଲା। ବାଲିଗାଡିଆ ୧୨ ଓଭର ରେ ୧୦୧/୭ ରନ ବିଜୟ ଲାଭ କରିଛନ୍ତୀ। ଆଜିର ଖେଳକୁ ପ୍ରତ୍ୟୁଷ ଛୋଟରାୟ ଓ ସୋନୁ ହରିଚନ୍ଦନ ରାୟ ପରିଚାଳନା କରିଥିଲେ। ଆଜିର ଅତିଥି ଭାବେ ଓଲସିଂ ଗ୍ରମପଂଚାୟତ ର ସମିତିସଭ୍ୟ ଜିତୁ ପ୍ରଧାନ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସେହିପରି ମୋହି ମଙ୍ଗରାଜ, ରୋଶନ ମଙ୍ଗରାଜ, ପଖନ୍ ପ୍ରଧାନ, ବବୁଲ ଖୁଣ୍ଟିଆ, ସୁମ ସ୍ବାଇଁ, ଓମ ବିଶ୍ଵାଳ, ଶକ୍ତି ମହାନ୍ତି,ପିପୁ ଛୋଟରାୟ , ବାବୁ ରାଉତରାୟ, ଶାନୁ ବିଶ୍ଵାଳ, ବୁଲେଟ ଭୀମ, ଶୋନୁ ହରିଚନ୍ଦନ ରାୟ ଓ ରାଜୁ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।