Odisha news

ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ 

0
 ନିରାକାରପୁର, ୧୫/୧୨: ଖୋର୍ଦ୍ଧା ଜିଲ୍ଲା    ମଳିପଡ଼ାସ୍ଥ କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି l ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମିହିର ଚନ୍ଦ୍ର ମହାପାତ୍ରଙ୍କ ପୌରାହିତ୍ୟରେ ପରିଚାଳିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଡ଼କ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି କାର୍ଯ୍ୟକ୍ରମକୁ ଭୁରିଭୁରି ପ୍ରଂଶସା କରିଥିଲେ l ସେ କହିଥିଲେ ଯେ ଶିକ୍ଷା ସହିତ ସହଶିକ୍ଷା ଗୁରୁତ୍ୱପୂର୍ଣ୍ଣ l ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ପ୍ରତିଭାର ବିକାଶ କରିବା ନିମନ୍ତେ ସୁଯୋଗ ପାଇପାରିବେ l ସନ୍ନମାନିତ ଅତିଥି ଭାବେ କଂପୁର ଗ୍ରାମପଂଚାୟତର ସରପଞ୍ଚ ଶ୍ରୀମତୀ ସୋନାଲି ଶ୍ରୀଚନ୍ଦନ ଓ ଅନ୍ୟତମ ଅତିଥି ସମାଜସେବୀ ଶ୍ରୀ ଦୁଃଶାସନ ଗୁମାନସିଂହ ଛାତ୍ରଛାତ୍ରୀମାନଙ୍କର ନିଷ୍ଠା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l ଶିକ୍ଷାର୍ଥୀମାନଙ୍କୁ ସେବବ୍ରତୀ ହେବା ନିମନ୍ତେ ଅତିଥି ମାନେ ମାର୍ଗଦର୍ଶନ କରିଥିଲେ l କ୍ରୀଡାର ବାଳକ ବିଭାଗରେ ସମୀର ଭୋଇ ଓ ବାଳିକା ବିଭାଗରେ ସରସ୍ବତୀ ଦାସ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ l ସାହିତ୍ୟ ଓ ସଂସ୍କୃତି ବିଭାଗରେ ପ୍ରତୀକ୍ଷା ରାୟ ଶ୍ରେଷ୍ଠ ବିବେଚିତ ହୋଇ ପାରିଥିଲେ l ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଶ୍ରୀ ପ୍ରାଣେଶ୍ୱର ଜୟସିଂ ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ l
Leave A Reply