ନିରାକାରପୁର,୧୧/୧୧: ପାଣି ଅଭାବରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳରେ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। ଚାଷ ଜମି ଶୁଖି ଫାଟି ଆଁ କରି ସାରିଲାଣି। ଧାନ ଥୋଡୁଆ ହେବାକୁ ଯାଉଥିବାବେଳେ ଅଞ୍ଚଳର ଚାଷୀମାନେ ଗତ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଦାଶ ଓ ଉଠା ଜଳସେଚନ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ମାଝୀ ଙ୍କ ସହିତ ସାକ୍ଷାତ କରି ଚାଷ ଜମିକୁ ଜଳ ଯୋଗାଣ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପରେ ଜିଲ୍ଲାପାଳ ତୁରନ୍ତ ମିଳିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଅଧିକାରୀ ମାନେ ଉକ୍ତ ଦିନ ଅଞ୍ଚଳକୁ ଉକ୍ତ ଅଧିକାରୀ ମାନଙ୍କ ସହିତ ଆସି ତଦନ୍ତ କରି ଫେରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ଦାବିପତ୍ର ଦେବାର ସପ୍ତାହେ ବିତି ଯାଇଥିଲେ ବି କୌଣସି ପଦକ୍ଷେପ ନ ନିଆଯିବାରୁ ଗତ କାଲି ଚାଷୀ ମାନେ ଏକଜୁଟ ହୋଇ ୨୪ ଘଣ୍ଟାର ମହଲତ ଦେଇ ଏକ ଦାବିପତ୍ର ସ୍ଥାନୀୟ ପୋଲିସ କୁ ପ୍ରଦାନ କରିଥିଲେ। ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତେବେ ଶନି ବାର ଦିନ ପ୍ରତିବାଦ ସଭା ଓ ଗଣଧାରଣା ସହିତ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରାଯିବ ବୋଲି ଜଣାଇ ଦିଆ ଯାଇଥିଲା । ଆଜି ଶତାଧିକ ଚାଷୀ ବିଭିନ୍ନ ନାରାବାଜି ଦେଇ କେନାଲରେ ଜଳ ଯୋଗାଣ ନଚେତ୍ ମରୁଡି ଘୋଷଣା କରି କ୍ଷତି ପୁରାଣ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ଟାଙ୍ଗୀ ବ୍ଲକ ଉପାଧକ୍ଷ ଦୁର୍ଗାନାଥ ଶର୍ମା, ଜିଲ୍ଲା ପରିଷଦ ସଭ୍ୟ ବିଜୟକୁମାର ପାଲଟାସିଂହ, ପ୍ରାକ୍ତନ ସରପଂଚ ହୃଷୀକେଶ ରାଉତରାୟ, ସମିତି ସଭ୍ୟ ଙ୍କ ପ୍ରତିନିଧି ଶୁଭମ ଦାଶ, ଡିଆ ସରପଂଚ ପ୍ରଶାନ୍ତ କୁମାର ବେହେରା, ବିଜେପି ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ, ରାମେଶ୍ବର ସରପଂଚ ପ୍ରତିନିଧି ରଞ୍ଜିତ ଜଗଦେବ, ସମିତି ସଭ୍ୟ ରମେଶ ବିଶ୍ଵାଳ, ଚାଷୀ ନେତା ରମେଶ ଚନ୍ଦ୍ର ପ୍ରଧାନ, ଅପର୍ତ୍ତି ଜେନା, ସମାଜସେବୀ ମୃତ୍ୟୁଞ୍ଜୟ ପ୍ରଧାନ, ସମିତି ସଭ୍ୟ ବିକାଶ ରଞ୍ଜନ ନାୟକ, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଜେନା, ମାଧବ ପାଟ୍ଟଶାଣୀ, ନୃସିଂହ ଚରଣ ରାଉତରାୟ, ଶୁକେଶ ସେନାପତି ଓ ମନୋଜ କୁମାର ପ୍ରଧାନ, ଡମ୍ବରୁଧର ପରିଡା, ବିପିନ କୁମାର ରାଉତରାୟ, ବିଜୟ କୁମାର ଜୟସିଂହ ପ୍ରମୁଖ ଙ୍କ ସମେତ ଶତାଧିକ ଚାଷୀ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ପୋଲିସ ଙ୍କ ସମେତ ପୋଲିସ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଖବର ପାଇ ଖୋରଧା ଉପଜିଲ୍ଲପାଳ ଦୀପ୍ତି ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ତହସିଲଦାର ମିତାଲୀ ପାତ୍ର, ଏସଡିପିଓ
ଶୁଭ୍ରାଂଶୁ ମିଶ୍ର ଓ ଆଇଆଇସି ସୁଚିତ୍ରା ଜେନା ପ୍ରମୁଖ ଆସି ଆନ୍ଦୋଳନକାରୀଙ୍କୁ ବୁଝସୁଝା କରି ଆସନ୍ତା ସୋମବାର୍ ଦିନ ଜିଲ୍ଲାପାଳ ଙ୍କ ଉପସ୍ଥିତି ଏକ କମିଟି ବସି ଏହାର ପ୍ରତିକାର କରିବାର ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ହଟିଲା। ଗତ କାଲି ରାତିରେ ଚାଷୀ ରବି ମାଝୀ ଙ୍କୁ ପୋଲିସ ଉଠାଇ ନେଇଥିବାବେଳ ଆଜି ଚାଷୀ କମିଟି ଉପସ୍ଥିତିରେ ସସମ୍ମାନେ ଛାଡି ଦେ।