Odisha news

ତୈଳିକ ବୈଶ ସମାଜ କାର୍ତ୍ତୀକ ପୂର୍ଣ୍ଣମୀ ରେ ପାଳିବ ୪୩ ତମ ବାର୍ଷିକ ଉତ୍ସବ । 

0
ବାଲିପାଟଣା ୧୧/୧୧ : ଝଡ଼ଝଞ୍ଜା ସତ୍ତ୍ଵେ ୪୩ ବର୍ଷ ହେଲା ଏହି ଚାରି ମୁଲକର ବାସିନ୍ଦା ନିଜର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।କେଉଁ ଆବାହନ କାଳରୁ କିମ୍ବଦନ୍ତୀ ରହିଛି ସାଧବ ପୁଅମାନେ ପୁଣ୍ୟତ୍ୱୟା ପ୍ରାଚୀ ନଦୀରୁ ନିଜର ବୋଇତ ନେଇ ଜାଭା,ଅଙ୍ଗ, ବଙ୍ଗ, ସୁମାତ୍ରା ଆଦି ଉପତ୍ୟକାକୁ ବାଣିଜ୍ୟ କରିବାକୁ ଯାଇଥାନ୍ତି।ସେଠାରେ ଆମ ଉତ୍କଳର ବିଭିନ୍ନ ପ୍ରକାର ସାମଗ୍ରୀକୁ ଦେଇ ସେଠିକାର ମୂଲ୍ୟବାନ ପ୍ରଦାର୍ଥ ଆମ ଦେଶକୁ ଆଣିଥାନ୍ତି।କାଳକ୍ରମେ ଜଳବାୟୁ ପରିବର୍ତ୍ତନ , ନଦୀର ସ୍ରୋତରେ ସ୍ଥାଣୁତା,ଓ ବନ୍ୟା ବିପର୍ଯ୍ୟୟ ଯୋଗୁଁ ପ୍ରାଚୀ ନଦୀ କ୍ରମେ ପୋତି ହୋଇଗଲା।ଧୀରେ ଧୀରେ ଲୋକେ ବେପାର ବଣିଜ ଛାଡ଼ିଦେବା ସହ ଏହି ପରମ୍ପରାକୁ ଭୁଲିଗଲେ।କିନ୍ତୁ ଏହି ପରମ୍ପରାକୁ ମନେ ରଖିବା ପାଇଁ ତୈଳୀକ ବୈଶ୍ୟ ସମାଜର ଚାରୀ ମୁଲକ,( ବନମାଳୀପୁର, ନିଆଳି, ନୟାହାଟ, କାକଟପୁର )ର କର୍ମକର୍ତ୍ତାମାନେ ଦୀର୍ଘ ୪୩ ବର୍ଷ ହେଲା ଉଦ୍ୟମ ଜାରି ରଖିଛନ୍ତି।ସେହି ପରମ୍ପରାକୁ ବଜାଇ ରଖିବାକୁ ଚାରି ମୂଲକର l ଶତାଧିକ ବଣିକମାନେ ଦିୱାନାପାଟଣା ନିକଟସ୍ଥ ମା ଗ୍ରାମଦେବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଆଗାମୀ ୪୩ ତମ ବାର୍ଷିକ ଅଧିବେଶନ ଓ  ବୋଇତ ବନ୍ଦାଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତିରେ ଭାଗ ନେଇଥିଲେ। ଚଳିତ ବର୍ଷ ଏହି ତୃତୀୟ ମୂଲକ ୪୩ ତମ ବାର୍ଷିକ ଉତ୍ସବର ସମସ୍ତ କାର୍ଯ୍ଯ ତୃତୀୟ ମୂଲକର ସଭାପତି ଶରତ ଚନ୍ଦ୍ର ସାହୁ ଓ ସମ୍ପାଦକ ରଶ୍ମିରଞ୍ଜନ ସାହୂଙ୍କ ନିର୍ଦ୍ଧେଶରେ ପରିଚାଳିତ ହେବ। ଆଗାମୀ ନଭେମ୍ବର ମାସ ୨୭ ତାରିଖ ସୋମବାର ଦିନ ସକାଳ ୭ଟା ରେ ବୋଇତ ଭସାଣି କରାଯିବା ସହ ଉତ୍ସବ ପାଳନ କରାଯିବ ବୋଲି ଆଜି ସଭାର ସଭାପତି ତଥା ଚାରୀ ମୂଲକର ସଭାପତି ଗୁରୁକୀଙ୍କର ଜେଠି ପ୍ରକାଶ କରିଥିଲେ। ମନ୍ଦିର ପ୍ରାଙ୍ଗଣରୁ ସୁସଜିତ ବୋଇତାକୁ ବାଜା,ବାଣ, ଶଙ୍ଖ, ଘଣ୍ଟ ଘଣ୍ଟା, ରୋଷଣୀର ବିରାଟ ଶୋଭାଯାତ୍ରାରେ ନିଆଯାଇ ନିକଟସ୍ଥ କୁଶଭଦ୍ରା ନଦୀର ଦେବୀ ଘାଟ ନିକଟରେ ଭସାଇ ଦିଆଯିବ। ଏଠାରେ ଆୟୋଜିତ ସାଧାରଣ ସଭାରେ  ଚାରୀମୁଲକରୁ l ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର ଅଛି।ପ୍ରତିବର୍ଷ ପରି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ, ବିବାହ ପାଇଁ,ଓ ଅସହାୟ ପରିବାରକୁ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।ଉକ୍ତ ବୈଠକରେ ତୃତୀୟ ମୁଲକର ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ବସନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବଳରାମ ସାହୁ , ୧୧ଟି ମୂଲକର ସଭାପତି , ସମ୍ପାଦକ ଓ ତୃତୀୟ ମୂଲକର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଗାମୀ ବୋଇତ ବନ୍ଦାଣ ଉତ୍ସବକୁ ସଫଳ କରିବାକୁ ସହଯୋଗର ହାତ ବଢ଼ାଇଥିଲେ।
Govt
Leave A Reply