ରାମେଶ୍ବର ରେ ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ବାୟୋଫ୍ଲକ୍ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ଉଦଘାଟିତ : ସମାଜର ଅଗ୍ରଗତିରେ ମହିଳା ଗୋଷ୍ଠୀର ଭୂମିକା ଗୁରୁତ୍ୱପୂର୍ଣ୍ଣ
ନିରାକାରପୁର,୭/୧୦: ମହିଳାମାନଙ୍କ ଦୃଢ଼ ଇଚ୍ଛାଶକ୍ତି ସବୁ ସମ୍ଭବ କରିପାରିବା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସମ୍ପ୍ରତି ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ବର ପଞ୍ଚାୟତ ବଳରାମପୁର ମହାବୀର ସ୍ଵଂୟ ସହାୟକ ମହିଳା ଗୋଷ୍ଟୀ ଙ୍କ ଦ୍ଵାରା ଜୈବ୍ୟପୁଞ୍ଜ ପ୍ରଣାଳୀରେ ମତ୍ସ୍ୟ ଚାଷ ଓ ଉତ୍ପାଦନ କେନ୍ଦ୍ର ଉଦଘାଟନ ଉତ୍ସବରେ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଟାଙ୍ଗୀ ଆତ୍ମା ଚେୟାରମ୍ୟାନ ସୁକାନ୍ତ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପଟ୍ଟନାୟକ, ମତ୍ସ୍ୟ ଅଧିକାରୀ ଅମିୟ ରଞ୍ଜନ ନାୟକ, କୃଷି ଅଧିକାରୀ ଯଜ୍ଞାସୀନ ନାୟକ, ଟାଙ୍ଗୀ ମତ୍ସ୍ୟ ଅଧିକାରୀ କୁନିଆ ମଲିକ ଓ ଚିଲିକା ମତ୍ସ୍ୟ ଅଧିକାରୀ ଆଲୋକ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ବାୟୋଫ୍ଲକ୍ ମତ୍ସ୍ୟ ଉତ୍ପାଦନ କେନ୍ଦ୍ରକୁ ଉଦଘାଟିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବୀର ସ୍ଵଂୟ ସହାୟକ ଗୋଷ୍ଠୀ ସଭାପତି ପ୍ରଭାତୀ ସେଠୀ ଓ ସମ୍ପାଦକ ରଞ୍ଜନା ସେଠୀ ପରିଚାଳନା କରିଥିବାବେଳେ ସଦସ୍ୟ ନିର୍ମଳା ସେଠୀ, କମଳା ସେଠୀ, ବବିନା ସେଠୀ, ସସ୍ମିତା ସେଠୀ, ଗୀତାଞ୍ଜଳି ସେଠୀ, ପବନି ସେଠୀ, ମାଳତୀ ସେଠୀ ଓ ସଚି ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଏହି ପ୍ରକଳ୍ପ ବାବଦରେ ବ୍ୟୟ ଅଟକଳ ୫ଲକ୍ଷ ୫୦ ହଜାର ଥିବାବେଳେ ସରକାରୀ ରିହାତି ୩ ଲକ୍ଷ ୩୦ ହଜାର ଟଙ୍କା ରହିଥିବା ଜଣାପଡିଛି।ଏହି ପ୍ରକଳ୍ପରେ ୯ ହଜାର ଲିଟର ଜଳ ଧାରଣା କ୍ଷମତା ରହିଛି।
