Odisha news

ତୋରିର ଅଢେ଼ଇ ବର୍ଷ ପରେ ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଦିଲ୍ଲୀରୁ ଦର୍ପଣଗଡ ଫେରିବା ନେଇ ଆଶା ସଞ୍ଜରିତ

0
ଚଣ୍ଡିଖୋଲ୬/୧୦ :  ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଦର୍ପଣୀଗଡ ଗ୍ରାମରୁ ଅଢେଇ ବର୍ଷ ପୂର୍ବେ ଚୋରି ଯାଇଥିବା ଅଧିଷ୍ଠାତ୍ରୀ ଦେବୀ ମା’କୋଟ୍ରାକ୍ଷୀଙ୍କ ଅଷ୍ଟ ଧାତୁରେ ନିର୍ମିତ ଦୁର୍ଲଭ ମୂର୍ତ୍ତି ଏବେ ଏଠାକୁ ଫେରି ଆସିବାର ଆଶା ଞ୍ଜରିତ ହୋଇଛି! ବଡଚଣା ଥାନାରେ ନୂଆ ଥାନା ଅଧିକାରୀ ଭାବେ ଶରତଚନ୍ଦ୍ର ପାତ୍ର ଏବେ ଏବେ ଯୋଗ ଦେବାପରେ ତାଙ୍କ ପ୍ରଚେଷ୍ଟାରେ ମା’ଙ୍କ ମୂର୍ତ୍ତି ଦିଲ୍ଲୀ ବିମାନ ବନ୍ଦରରୁ ଏଠାକୁ ଫେରାଇ ଆଣାଯିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି! ବିଦେଶକୁ ଚୋରା ଚାଲାଣ ବେଳେ ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ଅଧିକାରୀଙ୍କ ଦ୍ୱାରା ଜବତ ହୋଇ ସେଠାରେ ପଡି ରହିଥିବା ଏହି ଦୂର୍ଲଭ ମୂର୍ତ୍ତି ଫେରାଇ ଆଣିବାକୁ ଯାଜପୁର ଏସପି ଭିନିତ ଅଗ୍ରବାଲ ଗତକାଲି ବଡଚଣା ଥାନା ଅଧିକାରୀ ଶ୍ରୀ ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି! ଏସପିଙ୍କ ନିର୍ଦ୍ଦେଶ ପରେ ଚାରିଜଣ ପୋଲିସ ଅଧିକାରି ଓ ଗ୍ରାମବାସୀ ଯଥାଶୀଘ୍ର ଦିଲ୍ଲୀ ଯାଇ ମୂର୍ତ୍ତିକୁ ଚିହ୍ନଟକରି ଏଠାକୁ ଫେରାଇ ଆଣିବାକୁ ଯୋଜନା ଆରମ୍ଭ ହୋଇଛି! ମା’ଙ୍କ ମୂର୍ତ୍ତି ଚୋରି ଯିବାକୁ ୟା’ ଭିତରେ ଅଢେ଼ଇ ବର୍ଷ ବିତି ଯାଇଛି! ଗତ ଦେଢବର୍ଷ ହେବ ଦିଲ୍ଲୀ ବୀମାନ ବନ୍ଦରରେ କଷ୍ଟମ ଅଧିକାରୀ ମାନଙ୍କ ଦ୍ୱାରା ଜବତ ହୋଇ ଏହି ମୂର୍ତ୍ତି ସେଠାରେ ପଡି ରହିଥିଲେ ମଧ୍ୟ ତାହା ଏଠାକୁ କିପରି ଫେରିବ ସେଥିନେଇ ସୁଚିନ୍ତିତ ଯୋଜନା ଆରମ୍ଭ ହୋଇନଥିଲା! ଏବେ ଥାନା ଅଧିକାରୀ ଶ୍ରୀପାତ୍ରଙ୍କ ଦ୍ୱାରା ସେହି ପ୍ରକ୍ରିୟା ଆରମ୍ଭ କରାଯାଇ ଥିବାରୁ ଦର୍ପଣ ଗ୍ରାମବାସୀ ତଥା ସ୍ଥାନୀୟ ଆଧ୍ୟାତ୍ମିକ ପ୍ରେମିଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି! ଦର୍ପଣଗଡ଼ ଗ୍ରାମର ଗ୍ରାମ ଦେବତୀ ଭାବେ ପୂଜା ପାଇ ଆସୁଥିବା ମାଙ୍କ ଏହି ମୂର୍ତ୍ତିର ମୂଲ୍ୟ ଅତି କମରେ ୨୦ ଲକ୍ଷ ଟଙ୍କା ହେବ ଓ ଏହା ଅଷ୍ଟଧାତୁରେ ନିର୍ମିତ! ସୂଚନା ମୁତାବକ ଗତ ୨୦୨୧ ଜାନୁୟାରୀ ୧୨ ତାରିଖ ବିଳମ୍ବିତ ରାତିରେ କେତେକ ଦୁବୃତ ଦର୍ପଣଗଡ଼ ଗ୍ରାମ ମନ୍ଦିରରୁ ଏହି ମୂର୍ତ୍ତି ଚୋରିକରି ନେଇଥିଲେ! ଏହି ଘଟଣାଟି ସେତେବେଳେ ବଡ଼ଚଣା ଥାନା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ଓ ମୂର୍ତ୍ତି ଉଦ୍ଧାର ପାଇଁ ପୋଲିସ ପକ୍ଷରୁ ତନାଘନା ଉଦ୍ୟମ ହେବା ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୁଇ ଦୁଇ ଥର ଏହି ଗ୍ରାମକୁ ଆସି ଘଟଣାର ସରଜମିନ ତଦନ୍ତ କରିଥିଲେ! ପରେ ମୂର୍ତି ଉଦ୍ଧାର ନହେବାରୂ ଗ୍ରାମବାସୀ ଦେବୀଙ୍କ ମନ୍ଦିରରେ ଧାରଣାରେ ବସିଥିଲେ ! ହେଲେ ଚୋର ବା ମୂର୍ତ୍ତିର ଟେର ମିଳି ନଥିଲା! ତେବେ ନୂଆଦିଲ୍ଲୀରୁ ମୁର୍ତ୍ତିଟି ବାହାର ଦେଶକୁ ଚାଲାଣ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ପ୍ରମାଣପତ୍ରର ଆବଶ୍ୟକ ପଡିଥିଲା ! ଆଉ ସେତିକିବେଳେ ମୂର୍ତ୍ତି ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇ ଜଣା ପଡିଥିଲା ଯେ, ମୂର୍ତ୍ତିଟି ବଡ଼ଚଣା ଥାନା ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିବା ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ବୋଲି ! ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଠାରୁ ନିର୍ଦ୍ଦେଶ ମିଳିବା ପରେ ଶୁକ୍ରବାର ଦିନ ଥାନା ଅଧିକାରୀ ଶ୍ରୀ ପାତ୍ର ଦର୍ପଣଗଡ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ମୂର୍ତ୍ତି ଫେରାଇ ଅଣାଯିବା ସହ ତାହା ଗ୍ରାମବାସୀଙ୍କୁ ହସ୍ତାନ୍ତର କରାଯିବାର ବାର୍ତ୍ତା ଦେଇଥିବା ଜଣାପଡିଛି!

Leave A Reply