Odisha news

ବେଆଇନ ଖଣିରେ ପୋଲିସର ଚଢ଼ାଉ ଦୁଇଟି ଗାଡି ଜବତ ଦୁଇ ଗିରଫ

0
ନିରାକାରପୁର,୭/୮:– ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କଟକପାଟଣା ମୈ।ଜାରେ ବେଆଇନ ଭାବରେ ମାଙ୍କଡା ପଥର ଓ ମୋରମ ଚୋରାଚାଲାଣ ଚାଲିଛି। ମାଫିଆମାନେ ଦିନ ଦିପ୍ରହରେ ସରକାରୀ ରାଜସ୍ୱ ଜମି ଓ ଜଂଗଲ ଜମିରୁ ବେଧଡକ ଭାବରେ ପଥର ଓ ମୋରମ ଲୁଟ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରାଚାଲାଣ କରି ମାଲେମାଲ ହେଉଥିବା ବେଳେ ସରକାରଙ୍କ ରାଜସ୍ୱ ଲୁଟ ହେଉଛି। ଆଜି ମାଙ୍କଡା ଚୋରାରାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଂକିଆ ପୋଲିସ ଅତର୍କିତ ଭାବରେ ଚଢ଼ାଉ କରି ଦୁଇଟି ପଥର ବୋଝେଇ ଟ୍ରାକ୍ଟର ଜବତ କରି ଦୁଇ ଜଣ ଡ୍ରାଇଭରଙ୍କୁ ଗିରଫ କରିଛି । ପୋଲିସର ଚଢ଼ାଉ ଦେଖି ମାଫିଆମାନେ ଜଂଗଲ ମଧ୍ୟରେ ଦୈ।ଡି ଫେରାର ହୋଇଛନ୍ତି। ଗିରଫ ଦୁଇ ଜଣ ଡ୍ରାଇଭର ହେଲେ ବେଗୁନିଆ ଥାନା ଅନନ୍ତପଲୀ ଗ୍ରାମର ଅଗାଧୁ ଭୂୟାଁ ଓ ଅଠରାଗଂର ଟୁଲୁ ବଳିୟାରସିଂହ। ପୋଲିସ ଦୁଇଟି ଗାଡି ଦୁଇ ଡ୍ରାଇଭରଙ୍କ ନାମରେ ୨୫୦/୨୩ ଓ ୨୫୧/୨୩ ଦୁଇଟି ପୃଥକ ଭାବରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
Nalco
Leave A Reply