Odisha news

ନୂଆଗଡ ସେବା ସମବାୟ ସମିତିର ନିର୍ବାଚନ ଶେଷ : ୮ ଡାଇରେକ୍ଟର ନିର୍ବାଚିତ

0
ନିରାକାରପୁର,୩୦/୭: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନୂଆଗଡ ସମବାୟ ସେବା ସମିତି ଲିଃ ନୂତନ ପରିଚାଳନା ମଣ୍ଡଳୀ ପାଇଁ ୧୩ ଜୋନ ଲାଗି ନିର୍ବାଚନ ହୋଇଥିଲା।ସେଥିରୁ ୬ ଜୋନରେ ବିନା ପ୍ରତିଦ୍ବନ୍ଦିତାରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ଅନ୍ୟ ୭ ଜଣ ପାଇଁ ଆଜି ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ତନ୍ମୟ କୁମାର ସାହୁ, କାମିନୀ ବାରିକ, ନାଦ ଦାସ, ସଞ୍ଜୁଲତା ଜେନା, ତ୍ରିନାଥ ମାଝୀ, ବିଶ୍ବମ୍ବର ପ୍ରଧାନ, ସୁଶାନ୍ତ କୁମାର ମଙ୍ଗରାଜ ଓ ମାହାର ବେହେରା ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଏହି ସେବା ସମବାୟ ସମିତି ନିର୍ବାଚନ ରେ ବିଜୁ ଜନତା ଦଳ ର ଦୁଇଟି ଗ୍ରୁପ ମଧ୍ୟରେ ଟଣାଓଟରା ଚାଲିଥିଲା। ନବନିର୍ବାଚିତ ଡାଇରେକ୍ଟର ମାନଙ୍କୁ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ସାନରାଉତପଡ଼ା ସରପଂଚ କିଶୋର ରାଉତରାୟ ଓ ପ୍ରସନ୍ନ କୁମାର ବଳିଆର ସିଂହ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ଆଜିର ନିର୍ବାଚନ କୁ ପ୍ରମୋଦ କୁମାର ପ୍ରଧାନ, ପ୍ରଭାସ କୁମାର ମଲ୍ଲିକ, ପରମାନନ୍ଦ ନାୟକ, ତାପସ ରଂଜନ ଆଚାର୍ଯ୍ୟ ଓ ଜଗନ୍ନାଥ ଓଝା ପ୍ରମୁଖ ପରିଚାଳନା କରିଥିଲେ।
Nalco
Leave A Reply