Odisha news

ଶ୍ରୀଜଗନ୍ନାଥ ନୁତନ ମନ୍ଦିର ପ୍ରବେଶ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ

0
ନିରାକାରପୁର,୧୯/୬: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଡ଼ବଜାରର ସନ୍ନିକଟ ଏକ ୫୪ ଫୁଟ ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର କାର୍ୟ୍ୟ ସମ୍ପନ୍ନ ହୋଇଯାଇଛି। ଚଳିତ ମାସ ୨୬ ତାରିଖ ରେ ଏହା ଅଞ୍ଚଳ ବାସି ଙ୍କ ପାଇଁ ଲୋକାର୍ପିତ ହେବାର କାର୍ୟ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬ ତାରିଖ ରୁ ୧ ତାରିଖ ପର୍ୟ୍ୟନ୍ତ ୬ ଦିନ ବ୍ୟାପୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦେଵଯଜ୍ଞ ସହ ଦୈନିକ ପ୍ରବଚନ ଆୟୋଜିତ ହେବାକୁ ଯାଉଛି । ଏହି ଯଜ୍ଞରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୁତନ ମନ୍ଦିର ପ୍ରବେଶ ,ରତ୍ନ ସିଂହାସନ ଆରୋହଣ ଏବଂ ମା ମହାଲକ୍ଷ୍ମୀ ,ମା ବିମଳା, ଶ୍ରୀ ଧବଳେଶ୍ବର ମହାଦେବ ଓ ଶ୍ରୀ ଗଜାନନ ଵିଘ୍ନଵିନାସନ ମହାରାଜା ଙ୍କର ପ୍ରାଣ ପ୍ରତିଷ୍ଠା ଓ ନୁତନ ମନ୍ଦିର ପ୍ରତିଷ୍ଠା କରାଯିବାର ନିଷ୍ପତ୍ତି ନିଆଯାଇଛି। ଏହି ଅଵସରରେ ମନ୍ଦିର ପରିଚାଳନା ମଣ୍ଡଳୀ ସଭାପତି ଶକ୍ତି ଶଙ୍କର ମିଶ୍ର ଙ୍କ ପୈରୋହିତରେ ମନ୍ଦିର ପରିସରରେ ଚୁଡାନ୍ତ ପ୍ରସ୍ତୁତି ବୈଠକ କରାଯାଇଅଛି । କିଭଳି ଭାବରେ ନୁତନ ମନ୍ଦିର ପ୍ରବେଶ କାର୍ୟ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ କରାଯିବା ସହ ସମସ୍ତ ଚୁଡାନ୍ତ ପ୍ରସ୍ତୁତି ର ଦାଇତ୍ୱ ବଣ୍ଟନ ନିଷ୍ପତ୍ତି ନିଆଯାଇଥିଲା। ୬ ଦିନ ବ୍ୟାପୀ ଉକ୍ତ ମହାନ୍ କାର୍ୟ୍ୟକ୍ରମ ରେ ଯୋଗଦେଇ ଯଥା ଶକ୍ତି ସାହାଯ୍ୟ ସହଯୋଗ କରି ପ୍ରଭୁକୃପା ଲାଭ କରିବା ପାଇଁ ଅଞ୍ଚଳର ଜଗନ୍ନାଥ ପ୍ରେମୀ ମାନଙ୍କୁ ନିରାକାରପୁର ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତା ଓ ସଭ୍ୟ ବୃନ୍ଦ ନିବେଦନ କରିଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ରେ  ମନ୍ଦିର ପରିଚାଳନା ମଣ୍ଡଳୀ ସଦସ୍ୟ ଓ କିଛି ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଏହି ଚୁଡାନ୍ତ ବୈଠକରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।କଳସ ଯାତ୍ରା ପାଇଁ ଇଛା ପ୍ରକାଶ କରୁଥିବା ପୂରୁଷ-ମହିଳା ଭକ୍ତଗଣ କମିଟିର ମହେଶ୍ୱର ବେହେରା ଓ ହରିହର ସିଂହଙ୍କୁ ୯୮୬୧୮୭୯୮୮୨,୯୩୪୮୯୭୧୧୯୦ ମୋବାଇଲ ନମ୍ବରରେ ଆସନ୍ତା ୨୩ ତାରିଖ ସୁଧା ଯୋଗାଯୋଗ କରିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।
Leave A Reply