Odisha news

ଧନୁଆଁ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଓଡିଶା ଜନସକ୍ତି ମଞ୍ଚର ଦାବି

0

ଗୋପ : ସରକାର ଗୁରୁତ୍ବ ନ ଦେଲେ ଗୋପ ଅଞ୍ଚଳର ପ୍ରମୁଖ ସମସ୍ୟା ଧନୁଆଁ ନଦ ସ୍ଥାୟୀ ପ୍ରତିକାର ପାଇଁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଦାବି ହୋଇ ଆସୁଛି । ଏଥ୍‌ସହ ଧନୁଆଁ ବନ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଦୀର୍ଘଦିନ ଧରି ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଜାରି ରହିଛି । ଏହାର ପ୍ରତିବାଦ କରି କ୍ରିୟାନୁଷ୍ଠାନ କମିଟି ଓ ଓଡ଼ିଶା ଜନଶକ୍ତି ମଞ୍ଚ ଗତ ଜାନୁୟାରୀରୁ ଭୁବନେଶ୍ବର ଗାନ୍ଧୀମାର୍ଗଠାରେ ଆନ୍ଦୋଳନ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଏଥସହ ଓଡ଼ିଶା ଜନଶକ୍ତି ମଞ୍ଚ ଆବାହକ ଅଶୋକ ନନ୍ଦ ଓ ବିବେକାନନ୍ଦ ମିଶ୍ର ଶନିବାର ମୁଖ୍ୟଯନ୍ତ୍ରୀଙ୍କୁ ଭେଟି ଧନୁଆଁ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦାବିପତ୍ର ଦେଇଥିଲେ ।

ଏନେଇ ପ୍ରତିକାର ଓ ସମାଧାନ ନିମନ୍ତେ ରବିବାର ଗୋପ ଗଣେଶ୍ୱରପୁରସ୍ଥିତ ଫାର୍ମହାଉସଠାରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଆବାହକ ନନ୍ଦ ୧୯୫୨ ମସିହାର ହଲାଣ୍ଡ ବାତ୍ୟାର ପରିଚାଳନାର ଉଦାହରଣ ଦେଇ ଅଞ୍ଚଳରେ ଛୋଟ ଛୋଟ ବ୍ୟାରେଜ୍ କରି ଭୂତଳ ଜଳସ୍ତରକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ତହିତ ପଥରଭସା ନାଳକୁ ପୁନଃ ପ୍ରଭାବିତ କରି ବ୍ୟାରେଜ୍ ନିର୍ମାଣ କରାଗଲେ ଅଞ୍ଚଳର ବ୍ୟାପକ ବିକାଶ ହେବ ବୋଲି କହିଥିଲେ । ଏ ସଂକ୍ରାନ୍ତରେ ସର୍ଭେ ଚାଲୁଥିବା ମୁଖ୍ୟଯନ୍ତ୍ରୀ ସୂଚନା ଦେବା ସହ ସର୍ଭେ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଯଦି ସରକାର ଏହାର କିଛି ସ୍ଥାୟୀ ପ୍ରତିକାର ନ କରନ୍ତି , ତେବେ କମିଟି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି । ସମ୍ମିଳନୀରେ ଭାବଗ୍ରାହୀ ବରାଳ , ଲକ୍ଷ୍ମୀପ୍ରିୟା ଦାସ , ସୁରେନ୍ଦ୍ର ପ୍ରଧାନ , କୁବେର ବରାଳ , ପ୍ରଫୁଲ୍ଲ ପଣ୍ଡା , ଉମାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply