ନିରାକାରପୁର, ୨୦/୨: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପ୍ରସନ୍ନ ପାଟ୍ଟଶାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଦ୍ୱିତୀୟ ବାର୍ଷିକ ଗୁରୁ ପ୍ରସାଦ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ ଟି ବଛା ବଛା ଦଳ ଭାଗ ନେଇଥିଲେ। ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଫାଇନାଲ ମ୍ୟାଚ୍ ବାଦୁରାବର କ୍ରିକେଟ କ୍ଲବ ଓ ତୋଟାପଡା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ୍ ଜିତି ବାଦୁରାବର୍ ଦଳ ୮ ଓଭର ରେ ସମସ୍ତ ୱିକେଟ ହରାଇ ୩୨ ରନ ସଂଗ୍ରହ କରିଥିବା ବେଳେ ତୋଟାପଡା ଦଳ ୫ ଓଭର ରେ ୭ ୱିକେଟ ହରାଇ ୩୩ ରନ କରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ। ଏହି ଖେଳକୁ ସମରେନ୍ଦ୍ର ବାରିକ, ବିଶ୍ବଭୂଷଣ ସାମନ୍ତରାୟ, ମାନସ ପଟ୍ଟନାୟକ, ଜୀବନ ରଶ୍ମି ମହାପାତ୍ର, ରାଜେଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରୀସ୍ନା ମାନ୍ଧାତା, ପୂର୍ବତନ ବିଧାୟକଙ୍କ ପ୍ରତିନିଧି ପବିତ୍ର କୁମାର ପାଇକରାୟ, ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ନାଥ ଶର୍ମା, ଯୁବ ସଂଗଠକ ସୁକାନ୍ତ ବେହେରା, ପୂର୍ବତନ ସରପଂଚ ହୃଷୀକେଶ ରାଉତରାୟ, ଇଶ୍ୱାର୍ଡ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ, ସମାଜସେବୀ ତଥା ବିଜେଡ଼ି ଯୁବ ନେତା ପ୍ରଭାତ କୁମାର ସ୍ବାଇଁ, ଲେଣ୍ଡୁ ସରପଂଚ ବିନୋଦୀନ ଦାଶ , ସମିତି ସଭ୍ୟ ବିକାଶ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ରାଉତରାୟ ଓ ନବଘନ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ। ଆଜି ସକାଳୁ ବିଜେତା ଓ ରନର୍ଷ ଅପ ଦଳ କୁ ଅତିଥି ମାନେ ନଗଦ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ।
