Odisha news

ରାଜ୍ୟସ୍ତରୀୟ ମା ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସନ କ୍ଲବ ଫାଇନାଲରେ

0
ନିରାକାରପୁର, ୧୧/୨: ଖୋର୍ଦ୍ଧା ଜିଲ୍ଲା ଛଣଗିରି ଆଥଲେଟିକ ଆସୋସିଏସନ୍ ଦ୍ଵାରା ଆୟୋଜିତ ମା ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ୍ ସନ କ୍ଲବ,ଭୁବନେଶ୍ୱର ଓ ଏମ ବି ସି ଫୁଟବଲ ଟିମ୍ , ଖଡକପୁର, କଲିକତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ସନ କ୍ଲବ , ଭୁବନେଶ୍ୱର ଖଡ଼ଗପୁର ଏମ ବି ସି ଟିମ୍ କୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।ଆଜିର ଖେଳକୁ ଗୋପାଳ ଚନ୍ଦ୍ର ସାମନ୍ତରାୟ, ବିଜୟ କୁମାର ମଙ୍ଗରାଜ, ପ୍ରିୟବ୍ରତ ବାହିନୀପତି, ସଫିଗୁଲ ଖାଁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥିଭାବେ ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ପ୍ରଧାନ ଶିକ୍ଷକ ଘନଶ୍ୟାମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଖେଳକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନ୍ ସଭାପତି ମନୋରଂଜନ ସାମନ୍ତରାୟ, ଉପସଭାପତି ସେକ ସରଲି, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ସୁନ୍ଦରାୟ, ସମ୍ପାଦକ ବିଭୂତି ଭୂଷଣ ଦାଶ, କୋଷାଧ୍ୟକ୍ଷ ଆନନ୍ଦ ପ୍ରଧାନ, ଲଲାଟେନ୍ଦୁ ନାୟକ ଓ କିଛି ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।
Nalco
Leave A Reply