ନିରାକାରପୁର : ବିଭିନ୍ନ ଗୁଜବ ଓ ମିଛ ଖବର କପୋଳକଳ୍ପିତ ମନୋଗଢା ଓ ବିଭ୍ରାନ୍ତିକର ତଥ୍ୟ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ନୂଆଗଡ ପାତ୍ରପଡା ଆମ ଗାଁ ଆମ ଜମି ସୁରକ୍ଷା କମିଟି ବିରୋଧରେ ପ୍ରକାଶ ହେଉଛି ବୋଲି ଆମ ଗାଁ ଆମ ଜମି ସୁରକ୍ଷା କମିଟି ପକ୍ଷରୁ ପ୍ରେସ ବିବୃତି ରେ ଜଣାଇଛନ୍ତି ଏଵଂ ଗ୍ରାମ ବାସୀ ଙ୍କ ତରଫରୁ ସୁଚନା ଯୋଗ୍ୟ କି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ନୂଆ ଗଡ଼ ଗ୍ରାମ ବାସୀଙ୍କ ପାତ୍ରପଡା ମୈ।ଜା ଏକ ଵେଛପୁରି ମଉଜା ଓ ନୁଆଗଡ ପଞ୍ଚାୟତ ର ହାମଲେଟ(ପାଳିତ) ମୈ।ଜା ଉକ୍ତ ମୈ।ଜାର ପ୍ଲଟ ନମ୍ବର ୨୦୦ଓ୨୦୨ର ୪୫ଏକର ର ରାଜସ୍ବ ଭୁମି ଦିର୍ଘ ବର୍ଷ ହେଲା ଭୋଗ ଦଖଲ କରିଆସୁଛନ୍ତି। ଉକ୍ତ ଜମିରେ ସେମାନେ ଗଛ ଲଗାଇବା ସହ ପନିପରିବା ଫସଲ ମଧ୍ୟ ଚାଷ କରିଆସୁଥିଲେ ୧୯୭୦ମସିହା ରେ କେତେକ ଜମି ମାଫିଆ ଓ ଦୁର୍ନିତି ଗ୍ରସ୍ଥ ରାଜସ୍ବ କର୍ମଚାରୀ ଙ୍କ ସଫାସୁତୁରା ରେ ଉକ୍ତ ମୈ।ଜାରୁ ୩୦ଏକର ଜାଗା ଜିଲ୍ଲା ଓ ଜିଲ୍ଲା ବାହାର ର ଲୋକ ଙ୍କ ନାମରେ ଜାଲିଆତି କରି ଜାଲ ପଟା ହସ୍ତଗତ କରାଇଥିଲେ କିନ୍ତୁ ସେମାନେ ଉକ୍ତ ଜମିକୁ କେବେ ଆସିବାର କେହି ଦେଖିନାହାନ୍ତି ୨୦୦୯ମସିହା ରେ ଜମି ମାଫିଆ ମାନେ ରାଜ୍ୟ ବାହାରର ଏକ ଶିଳ୍ପ ପତିଙ୍କୁ ବିକ୍ରି କରି ଦଖଲ ଦେବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ନୁଆଗଡ ଗ୍ରାମ ବାସୀ ଙ୍କ ନଜରକୁ ଆସିଥିଲା ପରେ ଗ୍ରାମ ବାସୀ ମାନେ ଏକତ୍ରିତ ହୋଇ ଆମ ଗାଁ ଆମ ଜମି ସୁରକ୍ଷା ଗଠନ କରି ୨୩/୧୧/୨୦୦୯ରେ ରେଭିନିୟୁ ଡିଭିଜନାଲ କମିଶନର କଟକ ଜିଲ୍ଲା ପାଳ ଖୋର୍ଦ୍ଧା ଓ ତହସିଲ ଟାଙ୍ଗୀ ଙ୍କୁ ଏସମ୍ପର୍କରେ ଏକ ଆପତି ଓ ଲିଖିତ ଅଭିଯୋଗ କରିଥିଲେ। ସୁରକ୍ଷା କମିଟି ଓ ଜିଲ୍ଲା ପ୍ରଶାସନ ସହିତ ଲଗାତାର ବିଭିନ୍ନ ବୈଠକ ଓ ଆଲୋଚନା ପରେ ସମସ୍ତ ଘଟଣା କୁ ତଦନ୍ତ ଜାରି ତତ୍ କାଳୀନ ଜିଲ୍ଲା ପଳ ୨୦୧୦ମସିହାରେ ଉକ୍ତ ଜାଲ ପଟା ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ୨୦୧୨ମସିରେ ଏହି ଲିଜ ପଟା ଟାଙ୍ଗୀ ତହସିଲଦାର ଙ୍କ ଦ୍ଵାରା ଖାରଜ ହୋଇ ପୁନର୍ବାର ସେହି ପୁରୁଣା ଖାତାକୁ ଫେରାଇ ଆଣିଥିଲେ ସେହି ଦିନ ଠାରୁ ଆମେ ଗାଁ ଆମ ଜମି ସୁରକ୍ଷା କମିଟି ନୁଆଗଡ ଗ୍ରାମ ବାସୀ ମାନେ ଉକ୍ତ ଜମିର ସୁରକ୍ଷା ପାଇଁ ଉକ୍ତ ଜମିରେ ଗୃହ ନିର୍ମାଣ କରି ପାଳି କରି ଜଗି ଆସୁଥିଲେ ୨୦୧୩ଫାଇଲିନ ବାତ୍ୟା ରେ ଉକ୍ତ ଜମିରେ ଲାଗିଥିବା ଗଛ ଗୁଡ଼ିକ ଉପୁଡ଼ି ପଡ଼ିଥିଲା। ଭାଙ୍ଗି ପଡିଥିବା ଗଛଗୁଡ଼ିକ ଖରା ବର୍ଷା ରେ ନଷ୍ଟ ହେବା କୁ ଯାଉଥିବା ବେଳେ ଏହାର ଅମଳ ପାଇଁ ପ୍ରସାଶନକୁ ୦୪/୦୫/୨୦୦୦ଓ ପୁନର୍ବାର ଅନ୍ୟ ଏକ ବାତ୍ୟା ରେ ଉପୁଡ଼ି ପଡ଼ିଥିବା ଗଛର ଅମଳ ପାଇଁ ୦୬/୦୮/୨୦୧୫ରେ କମିଟି ପକ୍ଷରୁ ପ୍ରଶାସନ କୁ ଦରଖାସ୍ତ ଦେଇଥିଲେ ମଧ୍ୟ ପ୍ରଶାସନ ନିରବ ରହିଥିଲା ୨୦୦୯ରୁ୨୦୨୨ ନଭେମ୍ବର ମାସ ପର୍ଯ୍ୟନ୍ତ ଆମ ଗାଁ ଆମ ଜମି ସୁରକ୍ଷା କମିଟି ସଭ୍ୟ ମାନେ ଉକ୍ତ ଜାଗାର ରକ୍ଷଣାବେକ୍ଷଣା କରିଆସୁଥିଲେ ମଧ୍ୟ ଏହି ସମୟ ମଧ୍ୟରେ ଅନେକ ତହସିଲଦାର ରାଜସ୍ବ ଅଧିକାରୀ ଆସି ଦାୟିତ୍ବ ରେ ରହି କାର୍ଯ୍ୟ କରି ଯାଇଥିଲେ ସୁଧା ଉକ୍ତ ଜାଗା ଉପରେ କାହାର ନିଘା ନ ଥିବା ନଜିର ରହିଛି ଏବେ ନୁଆଗଡ ଗ୍ରାମ ବାସୀ ଙ୍କ ବର୍ଦ୍ଧିତ ଜନ ସଂଖ୍ୟା ଓ ସ୍ଥାନ ଅଭାବ ଦୃଷ୍ଟିରୁ ଉକ୍ତ ଜମିକୁ ସଫାକରି ୮୦୦ରୁ ଉର୍ଦ୍ଧ ପରିବାର ସେଠାରେ ଜନ ବସତି କରିବା ପାଇଁ ସାମୁହିକ ଉଦ୍ୟମ କରୁଥିବା ବେଳେ ଜମି ମାଫିଆ ଙ୍କ ପ୍ରରୋଚନାରେ ପ୍ରସାଶନ ସେମାନଙ୍କୁ ଵେଦଖଲ କରିବା ପାଇଁ ଜାଗା ସଫା କରିବା ବନ୍ଦ କରିବା ପାଇଁ ଗ୍ରାମ ବାସୀ ଉକ୍ତ ପୁଜନ କରୁଥିବା ସମୟରେ ହଠାତ୍ ଆସି ସୁଚନା ଫଳକ ଓ ପରେ ୧୪୪ଧାରା ଜାରି ଓ ପରିସେଶରେ ୨୫୦୦ମୁଲ୍ୟ ବାନ ଗଛ କଟି ନେଇ ଥିବାର ଏକ ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଜାହା ସମ୍ପୁର୍ଣ୍ଣ ମିଥ୍ୟା ଓ ଅମୁଳକ ବୋଲି ପ୍ରେସ ବିବୃତି ରେ ଜଣାଇଛନ୍ତି । ଉକ୍ତ ଜମିରୁ ଗୋଟିଏ ଦିନ ରେ ୨୫୦୦ଗଛ କାଟିବା ସମ୍ଭବ ନୁହେଁ କିପରି ଏଭଳି ଗୁଜବ ପ୍ରକାଶ ପାଉଛି ଓ କେଉଁ ଜମିରେ ଏତେ ସଂଖ୍ୟକ ଗଛ ଲାଗିଥିଲା ପ୍ରମାଣ ଦିଅନ୍ତୁ ବୋଲି ଜମି ସୁରକ୍ଷା କମିଟି ଦାବି କରିଛି। ତତ୍ ସହିତ ୨୫୦୦ଗଛ କାଟିକି ନେଲାବେଳେ ପ୍ରଶାସନ କି ପଦକ୍ଷେପ ନେଇଥିଲା ଓଲଟି ପ୍ରଶ୍ନ କରିଛନ୍ତି ?ଏହାକୁ ନେଇ ଚାଲିଥିବା ଅପ୍ରଚାରକୁ ସେମାନେ ନିନ୍ଦା କରୁଛନ୍ତି ବୋଲି ପ୍ରେସ ବିବୃତି ରେ ଜଣାଇଛନ୍ତି।