Odisha news

ଟୋକିଓ ଅଲମ୍ପିକ୍ସ : “ନିରଜ ଚୋପ୍ରା” ଚାଷୀ ପରିବାରରୁ ଭାରତ ଖେଳ ଇତିହାସର ଆଥେଲେଟିକ୍ ରେ ସ୍ଵର୍ଣ୍ଣ ପଦକ ହାସଲ …

ନୂଆଦିଲ୍ଲୀ : ଯେଉଁ ଛୋଟ ପିଲାଟି ଥରେ ଓଜନ ହ୍ରାସ କରିବା ପାଇଁ ଷ୍ଟାଡିୟମ୍ ରେ ଦୌଡ଼ିବାକୁ ଯାଉଥିଲା , ସେ ଆଜି ଭାରତ ମାର ନାମକୁ ସ୍ୱର୍ଣ୍ଣ ଅକ୍ଷରରେ ଲେଖି ପାରିଛି । ଆଜି ସାରା ଭାରତ ଗର୍ବ କରୁଛି ସେହି ଉଦୀୟମାନ୍ ତାରକା ନିରଜ ଚୋପ୍ରା ଙ୍କୁ ନେଇ । ବିଶ୍ଵ ଦରବାରରେ ଭାରତ ମାତାର ମୁଣ୍ଡକୁ ସ୍ୱର୍ଣ୍ଣ ମକୁଟରେ ସଜାଇ ଦେଇଛନ୍ତି ନିରଜ୍ । ହରିୟାଣା ର ଗୋଟିଏ ଚାଷୀ ପରିବାରର ନୀରଜ ଟୋକିଓ ଅଲମ୍ପିକ୍ସ ଫାଇନାଲ ରେ ଜାଭେଲିନ ୮୭.୫୮ ମିଟର ଉଚ୍ଚକୁ ଫିଙ୍ଗି ସାରା ବିଶ୍ବ କୁ ସ୍ତବ୍ଦ କରି ଦେଇଛନ୍ତି ।

ଟୋକିଓ ଅଲମ୍ପିକ୍ସ ୨୦୨୦ର ନାମ ଜେବେବୀ ଆସିବ ଭାରତର ଗୋଲ୍ଡେନ୍ ବଏ ନୀରଜ୍ ଙ୍କ ନାମ ସମସ୍ତଙ୍କର ମନେ ପଡ଼ିବ । ଟୋକିଓ ଅଲମ୍ପିକ୍ସ ରେ ଶେଷ ଇଭେଣ୍ଟ ଜାଭେଳିନ ଥିଲା ଯେଉଁଠି ସାରା ଭାରତର ନଜର ରହିଥିଲା । ନିରଜ ଙ୍କ ପୂର୍ବରୁ ଭାରତ ହାତରେ ୬ଟି ମେଡାଲ ଆସି ସାରିଥିଲା । ଯେଉଁଥିରେ ଥିଲା ଦୁଇଟି ସିଲ୍ଭର ଓ ଚାରିଟି ବ୍ରୋଞ୍ଜ ମେଡାଲ । ନିରଜ ଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ସେ ମଧ୍ୟ କାହାକୁ ଅସନ୍ତୁଷ୍ଟ ନକରି ଭାରତ ପାଇଁ ଆଣିଥିଲେ ସ୍ୱର୍ଣ୍ଣ ପଦକ ଓ ସମସ୍ତଙ୍କ ଛାତି ଗର୍ବରେ ପୁରୀ ଉଠିଥିଲା । ନିରଜଙ୍କୁ ଏହି ଗୋଲ୍ଡେନ ଵଏ କରିବା ପଛରେ ରହିଛି ଅନେକ ସଂଘର୍ଷ । କୋଟି କୋଟି ଟଙ୍କାର ପୁରସ୍କାର ଲାଭ କରିଥିବା ନିରଜଙ୍କ ପାଖରେ ସମୟ ମଧ୍ୟ ଏପରି ଦିନେ ଥିଲା ଯେବେ ସେ ଗୋଟିଏ ଭଲ ଜାଭେଲିନ କିଣିବା ପାଇଁ ମଧ୍ୟ ପଇସା ନଥିଲା କିମ୍ବା କୋଚ ରଖିବା ପାଇଁ । ସେ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ଭାରତ କୁ ସ୍ୱର୍ଣ୍ଣ ପଦକ ର ହକଦାର କରାଇଥିଲେ । ବ୍ୟକ୍ତିଗତ ଭାବରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ନିରଜ ହେଉଛନ୍ତି ଦ୍ଵିତୀୟ ଭାରତୀୟ , ତାଙ୍କ ପୂର୍ବରୁ ଏହାକୁ ଅଭିନବ ବିନ୍ଦ୍ରା ଲାଭ କରିଥିଲେ ।

ହରିୟାଣା ର ପାନିପତ୍ ରେ ଗୋଟିଏ ସଂଯୁକ୍ତ ଚାଷୀ ପରିବାରରେ ଜନ୍ମ ନେଇଥିବା ନିରଜ ୧୦ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ପୁଅ ଅଟନ୍ତି ଓ ସମସ୍ତଙ୍କର ପ୍ରିୟ ମଧ୍ୟ ଅଟନ୍ତି ।
ପରିବାରର ଆର୍ଥିକ ସ୍ଥିତି ଠିକ୍ ନଥିବା କାରଣରୁ ତାଙ୍କୁ ଜାଭେଲିନ କିଣି ଦେବାକୁ ସକ୍ଷମ ନଥିଲେ । ତାଙ୍କ ପିତା ସତିସ୍ ଚୋପ୍ରା ଓ ଦାଦା ଭୀମ ତାଙ୍କୁ ଯେମିତି ସେମିତି ଯୋଗାଡ କରି ୭ହଜାର ଟଙ୍କା ଦେଇଥିଲେ ସେଥିରେ ସେ ଜଭେଳୀନ କିଣି ପ୍ରାକ୍ଟିସ୍ କରିବାକୁ ଲାଗିଲେ ।

ନିରଜ ଛୋଟ ବେଳରୁ ଅଧିକ ମୋଟା ଥିବା କାରଣରୁ ୧୩ ବର୍ଷ ବୟସରେ ଓଜନ ହ୍ରାସ କରିବା ପାଇଁ ପାନିପତ ଷ୍ଟାଡିୟମ୍ କୁ ଦାଦା ଙ୍କ ସହିତ ଯାଇଥିଲେ ଦୌଡ଼ିବା ପାଇଁ କିନ୍ତୁ ସେଠାରେ ସେ ଅନ୍ୟ ଖେଳାଳି ମାନଙ୍କୁ ଦେଖିଥିଲେ ଜଭେଲିନ୍ ପକାଇବାର ଓ ତାହା ତାଙ୍କ ମନକୁ ଟାଣି ନେଇଥିଲା । ସେ ସେହି ଦିନଠାରୁ ଜଭେଳିନ ଥ୍ର କରିବା ପାଇଁ ନିଷ୍ପତି ନେଇଥିଲେ । ୨୦୧୧ ରେ ଅନୁଭବି ଖେଳାଳି ଜୟବିର ଚୌଧୁରୀ ନିରାଜ୍ ଙ୍କ ର ପ୍ରତିଭାକୁ ନିକଟରୁ ଦେଖିଥିଲେ । ଏହାପରେ ସେ ପଞ୍ଚକୁଲା ର ତାଉ ଦେବୀ ଲାଲ ଷ୍ଟାଡିୟମ୍ ରେ ନିଜର ଭଗ୍ୟଦ୍ଵିପ କୁ ଜଳାଇବାକୁ ଯାଇ ୨୦୧୨ ରେ ଜାତୀୟ ୧୬ ବର୍ଷରୁ କମ ବୟସ ଖେଳାଳି ମାନଙ୍କ ମଧ୍ୟରେ ଚମ୍ପିୟାନ ହୋଇ ପାରିଲେ । ୨୦୧୫ ରେ ନିରଜ ନିଜ ପରିବାର ସହାୟତା ରେ ରାଷ୍ଟ୍ରୀୟ ଶିବିରରେ ସାମିଲ ହୋଇଥିଲେ । ଏହାପରେ ୨୦୧୬ ରେ ଜୁନିଅର ବିଶ୍ବ ଚମ୍ପିୟାନ ସିପ ରେ ୮୬.୪୮ ମିଟର ୨୦ ବର୍ଷରୁ ତଳକୁ ବିଶ୍ଵ ରେକର୍ଡ ସହିତ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପରେ ସମସ୍ତଙ୍କୁ ଆକୃଷ୍ଟ କରି ପାରିଥିଲେ ।

ଜିତିବା ପରେ ନିରଜ୍ ଙ୍କୁ ଗଣ ମାଧ୍ୟମ ପ୍ରତିନିଧି ପଚାରି ଥିଲେ ଯେ ତାଙ୍କ ଅନୁଭୁତି କିପରି ଥିଲା । ସେ କହିଥିଲେ ” ଭାରତର ଉଡନ୍ତା ଚଢ଼େଇ ମିଲ୍ଖା ସିଂ ଓ ଦୌଡ଼ ରାଣୀ ପି ଟି ଉଷାଙ୍କ ସହିତ ସମସ୍ତ ଭାରତବାସୀ ଙ୍କୁ ସେ ଏହା ଅର୍ପଣ କରୁଛନ୍ତି । ଯେତେବେଳେ ଟୋକିଓ ରେ ଭାରତର ରାଷ୍ଟ୍ରୀୟ ଗାନ ବାଜିଥିଲା ସେତେବେଳେ ମୋ ରୁମ ଟାଙ୍କୁରୀ ଉଠିଥିଲା ଓ ଚକ୍ଷୁରେ ଆନନ୍ଦର ଅଶ୍ରୁ ଆସିଥିଲା । ”

ଭାରତ ଇଂଲଣ୍ଡ ମ୍ୟାଚ୍ ଇଂଲଣ୍ଡ ରେ ଚାଲିଥିବା ବେଳେ ମଧ୍ୟ ଭାରତୀୟ ଖେଳାଳିଙ୍କ ନଜର ରହିଥିଲା ନିରଜ ଙ୍କ ଉପରେ । ନିରଜ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ଭାରତୀୟ ଦଳର ପୂର୍ବତନ ଖେଳାଳୀ ଗଭାସ୍କର ଆନନ୍ଦରେ ନାଚିବାକୁ ଆରମ୍ଭ କରିଥିଲେ ।

Comments are closed.