ଭାରତର ୧୨୫ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା : ଦୌଡ଼କୁଦରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ , ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଲେ
ଟୋକିଓ: ଭାରତର ୧୨୫ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା | ୧୨୫ ବର୍ଷରୁ ଅଧିକ ହେବ ଦୌଡ଼କୁଦରେ ଭାରତକୁ ପଦକଟିଏ ମିଳିନଥିଲା | ହେଲେ ଆଜି ଦୌଡ଼କୁଦରେ ସ୍ବର୍ଣ୍ଣ ପଦକ ଜିତି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଛନ୍ତି ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା | ୧୯୨୦ରେ ଭାରତ ପ୍ରଥମ ଥର ବେଲ୍ଜିୟମରେ ଆୟୋଜିତ ସମର ଅଲିମ୍ପିକ୍ସରେ ଭାଗ ନେଇଥିଲା। ୫ ଜଣିଆ ଦଳରେ ଟ୍ରାକ୍ ଓ ଫିଲ୍ଡରେ ୩ ଓ କୁସ୍ତିରେ ୨ ଜଣ ଖେଳିଥିଲେ। ହେଲେ ସେହି ଦିନଠୁ ଏପର୍ଯ୍ୟନ୍ତ ଟ୍ରାକ୍ ଓ ଫିଲ୍ଡରେ ଭାରତର ପଦକ ଖାତା ଖାଲି ରହିଥିଲା |
ଆଜି ଜାଭଲିନ୍ ଥ୍ରୋ ଫାଇନାଲରେ ମୋଟ ୧୨ ଜଣ ଜାଭଲିନ୍ ଫିଙ୍ଗାଳି ଭାଗ ନେଇଥିଲେ । ଯେଉଁଥିରେ ପ୍ରତି ଖେଳାଳିଙ୍କୁ ଏକାଧିକ ଥର ଜାଭଲିନ୍ ଫିଙ୍ଗିବାକୁ ଦିଆଯାଇଥିଲା । ଭାରତୀୟ ଖେଳାଳି ନୀରଜ ଚୋପ୍ରା ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିଥିଲେ ଆଉ ନିଜର ପ୍ରଥମ ପ୍ରୟାସରେ ସେ ୮୭.୦୩ ମିଟର ଫିଙ୍ଗିଥିଲେ । ଏହାପରେ ଦ୍ୱିତୀୟ ପ୍ରୟାସରେ ମଧ୍ୟ ସେ ୮୭.୫୮ ମିଟର ଫିଙ୍ଗିଥିଲେ, ଯାହା ଆଜି ତାଙ୍କୁ ମେଡାଲ ଜିତିବାରେ ବେଶ ସହାୟକ ହୋଇଥିଲା । ଏହାପରେ ଆଉ କୌଣସି ଖେଳାଳି ତାଙ୍କର ଏହି ଥ୍ରୋକୁ ପାର୍ କରିପାରିନଥିଲେ । ଆଉ ନୀରଜ ଚୋପ୍ରା ଦେଶର ପ୍ରଥମ ଖେଳାଳି ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
ତେବେ ନୀରଜଙ୍କୁ ପଦକ ମିଳିଥିଲେ ମଧ୍ୟ ପାକିସ୍ତାନ ଜାଭଲିନ୍ ଫିଙ୍ଗାଳି ଅର୍ଶଦ ନଦିମଙ୍କୁ ଖାଲି ହାତରେ ଯିବାକୁ ପଡିଛି | ନୀରଜଙ୍କ ଏଭଳି ଐତିହାସିକ ବିଜୟ ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |
ଏହା ପୂର୍ବରୁ କୁସ୍ତିରେ ବ୍ରୋଞ୍ଜ ପଦକ ଆଣି ଭାରତକୁ ଗର୍ବିତ କରାଇଥିଲେ ବଜରଙ୍ଗ ପୁନିଆ |
Comments are closed.