ଦୁନିଆର ଅନେକ ଦେଶରେ ଆତଙ୍କ ବିସ୍ତାର କରିଥିବା ନିପାହ ଭାଇରସ ଭାରତରେ ମଧ୍ୟ ପାଦ ଥାପି ସାରିଛି l କେରଳ ରାଜ୍ୟ ରେ ନିପାହ ଭାଇରସ ର ଅନେକ ମାମଲା ଦେଖିବାକୁ ମିଳିଛି l କେରଳ ସରକାର ଏହାକୁ ନେଇ ଆଲର୍ଟ ମଧ୍ୟ ଜାରି କରିଛନ୍ତି l ଜୀବଜନ୍ତୁ ଙ୍କ ମାଧ୍ୟମରେ ମଣିଷ ମାନଙ୍କୁ ବ୍ୟାପୁଥିବା ନିପାହ ଭାଇରସ ଖୁବ ଶକ୍ତିଶାଳୀ ଓ କ୍ଷତିକାରକ ଅଟେ l କାହିଁକି ନା ବର୍ତମାନ ପର୍ଯ୍ୟନ୍ତ ଏହାର ଭ୍ୟାକସିନ ଉପଲବ୍ଧ ହୋଇନାହିଁ l ଏହି ଭାଇରସ ଠାରୁ ରକ୍ଷା ପାଇବା ପାଇଁ କେବଳ ନିଜକୁ ଦୁରେଇ ରଖିବା ଆବଶ୍ୟକ l ଆସନ୍ତୁ ଜାଣିବା କିଭଳି ଏହି ଭାଇରସ ଠାରୁ ନିଜକୁ ରକ୍ଷା କରିପାରିବl l
କିପରି ବ୍ୟାପିଥାଏ ନିପାହ ଭାଇରସ ? -:
ନିପାହ ଭାଇରସ କୁକୁର, ବିଲେଇ, ଘୁଷୁରୀ, ମାଙ୍କଡ଼, ବାଦୁଡ଼ି, ଘୋଡା ଓ ଛେଳି ଭଳି ଜୀବଜନ୍ତୁ ଙ୍କ ନିକଟରୁ ବ୍ୟାପିଥାଏ l ଯେତେବେଳେ ଏହି ପଶୁ ସଂକ୍ରମିତ ହୋଇ ଥାଆନ୍ତି ଏମାନେ ଖାଇଥିବା ଭୋଜନ ସଂସ୍ପର୍ଶ ରେ ଆସିବା ଦ୍ୱାରା ଭାଇରସ ମଣିଷ କୁ ବ୍ୟାପିଥାଏ l ସବୁଠୁ ବଡ଼ ଆଶ୍ବସ୍ତି ର କଥା ହେଲା ଏହି ଭାଇରସ ବାୟୁ ଦ୍ୱାରା ବ୍ୟାପି ନଥାଏ l ସଂକ୍ରମିତ ପଶୁ ଙ୍କ ଲାଳ, ରକ୍ତ ଓ ପରିଶ୍ରା ସଂସ୍ପର୍ଶ ରେ ଆସିବା ଦ୍ୱାରା ମଣିଷ ନିପାହ ଭାଇରସ ରେ ସଂକ୍ରମିତ ହୋଇଥାଏ l ଏହାଛଡା ସଂକ୍ରମିତ ହୋଇଥିବା ବ୍ୟକ୍ତି ର ଯତ୍ନ ନେଉଥିବା ବ୍ୟକ୍ତି ମଧ୍ୟ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇପାରେ l
କେତେ ଦ୍ରୁତ ବେଗରେ ବ୍ୟାପୁଛି ନିପାହ ଭାଇରସ – :
ଯଦି କରୋନା ସହିତ ତୁଳନା କରିବା ନିପାହ ଭାଇରସ କମ ସଂକ୍ରମିତ ହୋଇଥାଏ l ଏହାର ସଂକ୍ରମଣ ଦର ଖୁବ କମ କିନ୍ତୁ କରୋନା ତୁଳନାରେ ନିପାହ ଭାଇରସର ମୃତ୍ୟୁ ଦର ଅଧିକ ଅଟେ ଓ ଏହା ଅଧିକ ଘାତକ ଅଟେ l ଯଦି ବଙ୍ଗଳାଦେଶ ର କଥା କହିବା ତେବେ ନିପାହ ଭାଇରସ ଗୋଟିଏ ମୌସୁମୀ ରୋଗ ଭଳି ବ୍ୟାପିଥାଏ l ଯାହା ବିଶେଷ ଭାବରେ ଡିସେମ୍ବର ରୁ ମଇ ମାସ ମଧ୍ୟରେ ବ୍ୟାପିଥାଏ l
– ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ନିପାହ ଭାଇରସ ସଂକ୍ରମିତ ହୋଇଥିବା ସ୍ଥାନ କୁ ଯାତ୍ରା କରିବାରୁ ଦୁରେଇ ରୁହନ୍ତୁ l
– ଯଦି ସେଭଳି କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ନିହାତି ଟେଷ୍ଟ କରି ନିଅନ୍ତୁ l
– ଯଦି କଣ୍ଟେନ ମେଣ୍ଟ ଜୋନ ଦେଇ ଯାଉଛନ୍ତି ତେବେ ସତର୍କ ରୁହନ୍ତୁ l
– ତଳେ ପଡିଥିବା ଫଳମୂଳ ଖାଆନ୍ତୁ ନାହିଁ , ଏହା ଜିବଜନ୍ତୁ ଙ୍କ ସଂସ୍ପର୍ଶ ରେ ଆସି ଥାଇ ପାରେ l ଯାହାଦ୍ୱାରା ଆପଣ ସଂକ୍ରମିତ ହୋଇ ପାରନ୍ତି l