Odisha news

ନଦୀର ବନ୍ୟାଜଳ ହ୍ରାସ ପାଉଥିବା ବେଳେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା , ଉପାସରେ ଗୋସମ୍ପଦ

0

ନିମାପଡା :କୁଶଭଦ୍ରା,ଧନୁଆଁ ଓ ଭାର୍ଗବୀ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।ଧନୁଆଁ ବନ୍ୟାରେ  ନିମାପଡା ବ୍ଲକର ପ୍ରାୟ ୧୫ଟି ପଂଚାୟତ ଜଳବନ୍ଧୀ ହୋଇପଡିଥିଲା ।ତେବେ ତିନିମୁହାଣି ଗେଟ ଖୋଲିବା ପରେ  ନଦୀର ବନ୍ୟାଜଳ କମୁଥିବା ବେଳେ ହଜାର ହଜାର ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି ।

ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟାଜଳ ଜମି ରହିଥିବାରୁ ଧାନ,ପାନ ଓ ପନିପରିବା ଫସଲ ନଷ୍ଟ ହୋଇଛି ।ବନ୍ୟାଜଳ କମୁଥିଲେ ମଧ୍ୟ ଧନୁଆଁ ନଦୀ ପାଶ୍ୱର୍ବର୍ତୀ ଗାଁ ଗୁଡିକ ରାସ୍ତା ଉପରେ ୨ଫୁଟ  ଉଚ୍ଚର ପାଣି ଚାଲିଥିବାରୁ ବିପନ୍ନମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି ।କୁକୁଡା ଫାର୍ମ ଗୁଡିକରେ ବନ୍ୟାଜଳ ପଶି ବୁଡିରହିବାରୁ କୁକୁଡା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।୬ଦିନ ହେବ ବନ୍ୟା ଜଳ ଘେରରେ ରହିଥିବା ଗୋସମ୍ପଦ ଉପାସରେ ପଡିରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଗୋଖାଦ୍ୟ ଯୋଗାଇ ଦିଆଯାଇନାହିଁ ।ସରକାରଙ୍କ ନିର୍ଦେଶକ୍ରମେ  ଧନୁଆଁ ବନ୍ୟା କ୍ଷତିଗ୍ରସ୍ତ ନିମାପଡା ବ୍ଲକର ୧୩ଟି ପଂଚାୟତରେ ବିପନ୍ନଙ୍କୁ ୫ଶହ ଟଙ୍କା ଓ ୫୦ କେଜି ଚାଉଳ ବଂଟନ କାର୍ଯ୍ୟ ସ୍ଥାନୀୟ  ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ।

ବନ୍ୟାଚଂଳ ପଂଚାୟତତ ଗୁଡିକୁ ଶାସକ,ବିରୋଧି ଦଳର ରାଜନେତା ଡଙ୍ଗାରେ ଘିରିଘିରି ହୋଇ  ବୁଲୁଥିବା ବେଳେ ତାଙ୍କ ପଛେ ପଛେ ଗଣମାଧ୍ୟମ ପ୍ରତିନିଧି ।ସେହିପରି ଅନେକ ନିଜକୁ ସ୍ୱେଚ୍ଛାସେବୀ ବୋଲି କହି ମୁଢି ଆଉ କିଛି ବିସ୍କୁଟ ନେଇ ଡଙ୍ଗାରେ  ବନ୍ୟାଜଳ ଘେରରେ ଥିବା ହାତ ଗଣତି କିଛି ବିପନ୍ନଙ୍କୁ ଦେଇ ତାଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାର ବହୁ ଦୃଶ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି ।ଏଭଳି ବିପଦ ସମୟରେ କିଛି ଖାଦ୍ୟ ଦେଇ ନିଜ ପ୍ରଚାର ପାଇଁ  ବିପନ୍ନମାନଙ୍କୁ ଖାଦ୍ୟ ଦାନ ସମୟର ଫଟୋକୁ ସୋସିଆଲ ମିଡିଆରେ ଛାଡି ନିଜ ନିଜର ପ୍ରଚାର କରିବା ଏହା ବିପନ୍ନଙ୍କ ପ୍ରତି ଏକ ଉପହାସ ନୁହେଁ କି ?ଚଳିତ ବନ୍ୟାରେ କେତେ ଘରଦ୍ୱାରା ଏବଂ ଫସଲ ନଷ୍ଟ ହୋଇଛି ସମସ୍ତ କ୍ଷୟକ୍ଷତିର ଆକଳନ କରିବା ସହିତ ତୁରନ୍ତ ଗୋଖାଦ୍ୟ ଓ ରିଲିଫ ସାମଗ୍ରୀ ବିପନ୍ନଙ୍କ ନିକଟରେ ଯୋଗାଇଦେବାକୁ ଦାବୀ ହେଉଛି

IEC 2 years
Leave A Reply