ନୀଳଗିରି : ସାମାନ୍ୟ ଜମି ପାଇଁ ପୁତୁରା ନିଜର ୫୫ବର୍ଷିୟା ପିଉସୀର ବେକରେ ଗାମୁଛା ଲଗାଇ ମାରିଦେବା ପରେ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ପ୍ରାପ୍ତ ସୂଚନା ଅନୁସାରେ ନୀଳଗିରି ଥାନା ଅଧିନସ୍ଥ ମଛୁଆ ଗାଁର ସ୍ୱାମୀ ପରିତ୍ୟକ୍ତା ମମତା ସିଂ (୫୫)କୁ ଉକ୍ତ ଗ୍ରାମର ନିଜର ପୁତୁରା ବିଜୁ ସିଂ (୩୧) ଘରବାଡ଼ି ଜମିଜମାକୁ କେନ୍ଦ୍ରକରି ଗତ ସୋମବାର ରାତି ପ୍ରାୟ ୯ଟା ସମୟରେ ପିଉସୀ ମମତା ଏକୁଟିଆ ଘରେ ଥିବାର ସୁଯୋଗ ଦେଇ ପୁତୁରା ବିଜୁ ଏକ ଗାମୁଛାରେ ବେକକୁ ଜାରି ମାରି ଦେବା ପରେ ରାତି ଅଧରେ ବଣିଆ ଗାଁ ଛକ ନିକଟସ୍ଥ ଏକ ଜଙ୍ଗଲରେ ମୃତ ଦେହକୁ ଫୋଫାଡ଼ି ଡାଳ ପକାଇ ଦେଇ ପଳାଇ ଯାଇଥିଲା ।
ସକାଳେ ସ୍ଥାନୀୟ ଲୋକ ଦେଖିଲା ପରେ ପୋଲିସ୍କୁ ଖବର ଦେଇଥିଲେ । ନୀଳଗିରି ଥାନାର ସବ୍ଇନିସ୍ପେକ୍ଟର ବାସୁଦେବ ଜୟସିଂହ ସଦଳବଳେ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲେ । ପରେ ନୀଳଗିରି ଏସ୍.ଡି.ପି.ଓ. ଅମୂଲ୍ୟ ଧର, ଥାନାର ସବ୍-ଇନିସ୍ପେକ୍ଟର ଗଣେଶ ଚନ୍ଦ୍ର ତି୍ରପାଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚô ଘଟଣାକୁ ଗୁରୁତ୍ୱ ଦେଇ ଶେଷରେ ପୁତୁରା ବିଜୁ ସିଂ ଘଟଣାର ସମ୍ପୃକ୍ତ ଥିବା ନେଇ ଥାନାରେ ଅଟକ ରଖି ପଚରା ଉଚୁରା କଲା ପରେ ଜମିବାଡ଼ିକୁ ନେଇ ମାରିଥିବାର ସ୍ୱୀକାର କରିଛି