ଔପଦା : ଔପଦା ଥାନା ବଡପୋଖରୀ ପଞ୍ଚାୟତ ବଡପୋଖରୀ ଗ୍ରାମର ହରିହର ରଣା (୫୫) ନିଜ ଘରର ଶା୍ରଦ୍ଧ ପାଇଁ ସ୍ଥାନୀୟ ଶିବମନ୍ଦିର ପାଖ ପୋଖରୀକୁ ଫୁଲ ତୋଲିବାକୁ ଯାଇ ନିଜ ଜୀବନ ହାରିଦେଇଥିବା ଜଣାଯାଇଛି ।

ମୃତ ଶ୍ରୀ ରଣା ଆଜି ସକାଳେ ପୋଖରୀରୁ କଇଁ ଫୁଲ ଆଣିବା ପାଇଁ ପୋଖରୀ ଭିତରକୁ ପଶି କିଛିବାଟ ପହଁରି ଯାଇଥିବାବେଳେ ସେଠାରେ ଗୋଡ ନପାଇବାରୁ ବହୁ ଚେଷ୍ଟା କରି ଫେରି ନପାରି ବୁଡି ଯାଇଥିଲେ ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମମ୍ଭବ ହୋଇନଥିବାରୁ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଖବର ଦେବା ପରେ ବିଭାଗୀୟ କର୍ମଚାରୀ ମାନେ ଗ୍ରାମରେ ପହଞ୍ଚô ମୃତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ । ଏ ପ୍ରକାର ଆକସ୍ମିକ ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି

LEAVE A REPLY

Please enter your comment!
Please enter your name here