Odisha news

ପତ୍ନୀ ହତ୍ୟା ମାମଲା : ସ୍ୱାମୀ ପରେ ନଣନ୍ଦ ଓ ଦିଅର ଗଲେ ଜେଲ

0

ନୀଳଗିରି  :  ବଧୂକୁ ନିର୍ଯ୍ୟାତନା ଦେଇ  ମାଡ଼ମାରି   ମାରିଦେଇଥିବାର ନୀଳଗିରି ଥାନାରେ  ଅଭିଯୋଗପରେ ସ୍ୱାମୀ  ଗିରଫ  ହୋଇ ଜେଲ  ଯାଇଥିଲେ   । ପୁଣି  ଏହି ଘଟଣାରେ  ସଂପୃକ୍ତଥିବା  ନଣନ୍ଦ ଓ  ଦିଅରକୁ  ନୀଳଗିରି  ପୋଲିସ  ଗିରଫ କରି ଜେଲ ହାଜତକୁ ପଠାଇ  ଦେଇଛି   । ସୂଚନା  ଅନୁସାରେ  ନୀଳଗିରି ଥାନା   ସିଆଡିମାଳ ପଞ୍ଚାୟତ ଅଧିନ  ସୀତାପତିପୁର ଗ୍ରାମର ଉମାକାନ୍ତ ବେହେରାଙ୍କ ଝିଅକୁ ୮ ବର୍ଷ ପୂର୍ବେ ଉକ୍ତ ଗ୍ରାମର  ଚନ୍ଦନ ସିଂ ପ୍ରେମ  ବିବାହ କରିଥିଲେ   ।

କିଛି  ବର୍ଷପରେ  ସ୍ୱାମୀ  ଓ ସ୍ତ୍ରୀ  ମଧ୍ୟରେ  ଝଗଡ଼ା ହେବା ସହିତ  ଚନ୍ଦନ ନିଜର ସ୍ତ୍ରୀକୁ  ଶାରୀରିକ ଓ ମାନସିକ  ନିର୍ଯ୍ୟାତନା ଦେଇ ଆସୁଥିଲେ   । ଅଗଷ୍ଟ ମାସ ୧୧ ତାରିଖ ସନ୍ଧ୍ୟାରେ  ନିଜର ସ୍ତ୍ରୀ  ସୁଭଦ୍ରାକୁ ଚନ୍ଦନ  ଓ ତାର ଭଉଣୀ, ଭାଇମାନେ  ମିଶି ପିଟି ପିଟି ମାରିଦେଇଥିବାର  ଶୁଭଦ୍ରାର ବାପା  ନୀଳଗିରି  ଥାନାରେ ଅଭିଯୋଗ  କଲାପରେ  ନୀଳଗିରି  ଥାନାର  ଆଇ.ଆଇ.ସି.  ମିନତୀ ବିଶ୍ୱାଳ  ଘଟଣାର  ତଦନ୍ତ  କରି ପ୍ରଥମେ ସ୍ୱାମୀ  ଚନ୍ଦନଙ୍କୁ ପରେ ଭଉଣୀ  , ଭାଇକୁ  ଗିରଫ କରି କୋର୍ଟ ଚାଲାଣ  କରିଥିଲେ  ।  କୋର୍ଟରେ ସେମାନଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Leave A Reply