Odisha news

ବରହମପୁର ମେଡ଼ିକାଲରେ ଅଟୋରେ ରୋଗୀ ସେବା ଘଟଣା: କାହା କଥା ସତ?

0

ନୀଳଗିରି : ବରହମପୁର ମେଡ଼ିକାଲରେ ଜଣେ ରୋଗୀଙ୍କୁ ଅଟୋରେ  ଚିକିତ୍ସା କରିବା ଘଟଣାରେ  ସଂପୃକ୍ତ ଡାକ୍ତର ଓ ନର୍ସଙ୍କ ମଧ୍ୟରେ  କାଦୁଅ  ଫିଙ୍ଗା ଫିଙ୍ଗି  ହେଉଥିବା ବେଳେ  କିଏ ସତ  କହୁଛି  ତାହା ଉଚ୍ଚସ୍ତରୀୟ  ତଦନ୍ତ କରାଗଲେ ଜଣାପଡିବ   ।  ପ୍ରାପ୍ତ ସୂଚନା ଅନୁସାରେ  ଛତ୍ରପୁର ଅଞ୍ଚଳରେ ନିନି ମହାକୁଡ଼  ନାମକ ଜଣେ ମହିଳାଙ୍କୁ  ଗୁରୁତର  ଅବସ୍ଥାରେ  ଏକ ଅଟୋରେ  ବରହମପୁର  ମେଡିକାଲକୁ  ପରିବାର  ଲୋକେ  ଆଣିଥିଲେ   ।

ଡୁ୍ୟଟିରେ ଥିବା  ଡାକ୍ତର  ବାଲ ଶୁବ୍ରମଣ୍ୟ ପ୍ରକୃତରେ ଅଟୋରେ  ଥିବା  ମହିଳାଙ୍କୁ  ପରୀକ୍ଷା ନିରୀକ୍ଷା  କରିଥିଲେକି ? ଯଦି କରିଥିଲେ  ମହିଳାଜଣକ  ଗୁରୁତର  ଥିବା ବେଳେ  ଡାକ୍ତର  ପ୍ରଥମେ ଆଡ଼ମିଶନ କରି ପ୍ରାଥମିକ ଚିକିତ୍ସା  କରାଇଥିଲେକି ? ଚିକିତ୍ସା  ପରେ  ନୀଳଗିରି  ମେଡିକାଲକୁ ରେଫର କରିଥିଲାବେଳେ  ଦାୟିତ୍ୱରେ ଥିବା ନର୍ସ ଅଟୋରେ  କଣ ପାଇଁ ଚିକିତ୍ସା  କରିଥିଲେ   ।

ଏହାକୁ  ନେଇ ପରସ୍ପର କାଦୁଅ  ଫିଙ୍ଗାଫିଙ୍ଗି ହେଉଥିବା ବେଳେ ସଂପୃକ୍ତ ଡାକ୍ତର  ଜଣକ କଣ ପ୍ରାଥମିକ  ଚିକିତ୍ସା ପାଇଁ ଆଡ଼ମିଶନ୍ କରିନଥିବାରୁ ଡାକ୍ତରଙ୍କ ପରାମର୍ଶ ବା ପ୍ରେସ୍କି୍ରପ୍ସନ୍ ମୂଳେ  ମହିଳା ଜଣକୁ ଅଟୋ ଭିତରେ  ଇଂଜେକ୍ସନ୍ ଦେବା ଘଟଣାରେ  ପରୋକ୍ଷ  ଭାବରେ  ଡାକ୍ତରଙ୍କର କ୍ଷମତାର ଅପବ୍ୟବହାର  ହୋଇନାହିଁକି ?  ଯଦି ପ୍ରଥମେ  ଆଡ଼ମିଶନ କରିଥିଲେ , ତେବେ  ୱାର୍ଡକୁ ନନେଇ  ଅଟୋରେ  ଚିକିତ୍ସା କରିବା କେତେଦୂର ଯଥାର୍ଥ, ତେବେ  ଏ ବାବଦରେ  ଡାକ୍ତର  ବାଲ୍ ଶୁବ୍ରମଣ୍ୟଙ୍କୁ ପଚାରିବାରୁ  ଏହି ଘଟଣାରେ  ନର୍ସଙ୍କର  ସଂପୂର୍ଣ୍ଣ ଭୁଲ ବୋଲି  କହି ନିଜର ଦୋଷକୁ  ଲୁଚାଇବାକୁ  ଚେଷ୍ଟା  କରୁଛନ୍ତି  କି ବୋଲି ସାଧାରଣରେ ବେଶ୍ଚର୍ଚ୍ଚା  ଚାଲିଛି   । ଘଟଣା ବାବଦରେ ନର୍ସଙ୍କ ସହ ଯୋଗାଯୋଗ  ହୋଇପାରୁନଥିବା ବେଳେ ବରହମପୁର  ମେଡିକାଲ୍ରେ ସେବା କ୍ଷେତ୍ରରେ ନୂତନ  ଡାକ୍ତରଙ୍କୁ  ଖୁବ୍ଶିଘ୍ର ନିଯୁକ୍ତି ଦିଆଯିବ  ବୋଲି  ସି.ଡି.ଏମ୍.ଓ.  ସୂଚନା ଦେଇଛନ୍ତି   ।

Nalco
Leave A Reply