Odisha news

ଆଶ୍ଚର୍ଯ୍ୟ ହେଲେ ବି ସତ : ଯୁବକଙ୍କ ଦେହରେ ଶତାଧିକ ମହୁମାଛି ବସିଲେ କିନ୍ତୁ ଯୁବକ ଜଣଙ୍କ ଆରାମରେ ବୁଲୁଛନ୍ତି

0

ନୀଳଗିରି : ନୀଳଗିରି ଉପଖଣ୍ଡ ଓøପଦା ବ୍ଲକ ଇଶ୍ୱରପୁର ନିକଟ ତରତୁଆ ଗ୍ରାମର ଟୁୁକାରାମ ସ ଙ୍କ ଦେହରେ ଶତାଧିକ ମହୁମାଛି ବସିବା ଓ ମହୁମାଛିଙ୍କ ଦ୍ୱାରା ତାଙ୍କର କିଛି କ୍ଷତି ନହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଟୁକାରାମ ନିଜ ଧାନବିଲକୁ ଯାଉଥିବା ସମୟରେ ହଠାତ୍ ମହୁମାଛିମାନେ ଆସି ତାଙ୍କ ଦେହରେ ବସିଥିଲେ ।

ଏହି ଘଟଣାରେ ଟୁକାରାମ ଭୟଭୀତ ନହୋଇ ବାଇକ୍ରେ ଘରକୁ ଫେରିଥିଲେ । ଘରକୁ ଫେରିବାପରେ ତାଙ୍କ ଦେହସାରା ମହୁମାଛି ବସିବାର ଘଟଣା ଜଣାପଡ଼ିବା ପରେ ପ୍ରବଳ ଜନସମାଗମ ହୋଇଥିଲା । ପ୍ରକାଶଯେ ଟୁକାରାମ ପୂର୍ବରୁ ତାଙ୍କ ପିତାଙ୍କ ଠାରୁ ମହୁମାଛି ଧରିବାର କଳାକୌଶଳ ଶିଖିଥିଲେ ଓ ସେ ଜଣେ ସଫଳ ମହୁଚାଷୀଭାବେ ପରିଚିତ । ଏତେ ସଂଖ୍ୟକ ମହୁମାଛି ତାଙ୍କ ଦେହରେ ବସିଥିଲେ ମଧ୍ୟ କୌଣସି କ୍ଷତି କରୁ ନଥିବାର ଦେଖାଯାଇଥିଲା

Nalco
Leave A Reply