Odisha news

ନବ ବିବାହିତାଙ୍କ ଆତ୍ମହତ୍ୟା, ନିର୍ଯାତନା ଓ ହତ୍ୟା ଅଭିଯୋଗ, ଶଶୁର ଗିରଫ

0

ଧାମନଗର: ବିବାହର ମାତ୍ର ତିନି ମାସ ପରେ ସଂସାର ବୋଝକୁ ମୁଣ୍ଡାଇ ନପାରି ଜଣେ ନବବଧୂ ଆତ୍ମହତ୍ୟା କରିଥିବା ବେଳେ ଯୌତୁକ ନିର୍ଯାତନା ଦେଇ ଝିଅକୁ ହତ୍ୟା କରାଯାଇଛି ବୋଲି ମା’ ଅଭିଯୋଗ କରିଛନ୍ତି । ଖବର ନେବାରୁ ଜଣାଯାଇଛି ଯେ ଧାମନଗର ଥାନା ଅନ୍ତର୍ଗତ ଦଇପୁର ଗ୍ରାମ ପଞ୍ଚାୟତ ନାରାୟଣପୁର ଗ୍ରାମର ଦେବଜିତ୍ ପଣ୍ଡାଙ୍କ ନବବିବାହିତା ପତ୍ନୀ ପ୍ରତୀକ୍ଷା ଷଡଙ୍ଗୀ (୨୭) ରବିବାର ସକାଳେ ତାଙ୍କ ଶୋଇବା ଘରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ବେଳେ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚô ମୃତ ଦେହକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଗତ ଜାନୁୟାରୀ ୧୭ ତାରିଖ ଦିନ ପ୍ରତୀକ୍ଷା ନାରାୟଣପୁର ଗ୍ରାମର ସୁରେନ୍ଦ୍ର ପଣ୍ଡାଙ୍କ ପୁଅ ଦେବଜିତ୍ ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ କରିଥିବାବେଳେ କୌଣସି କାରଣରୁ ପାରିବାରିକ ଅଶାନ୍ତିରୁ ଏଭଳି ଦୁଃଖଦ ଘଟଣା ଘଟିଛି । ଝିଅ ପ୍ରତୀକ୍ଷାକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ତାଙ୍କ ମା’ ସ୍ୱର୍ଣ୍ଣପ୍ରଭା ଷଡଙ୍ଗୀ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି । ଧାମନଗର ଆଇ.ଆଇ.ସି. ରତିକାନ୍ତ ଗିରି ଘଟଣାର ପ୍ରାଥମିକ ତଦନ୍ତ କରି ଥାନା କେସ ନମ୍ବର ୧୦୧/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୱଶୁର ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ପଣ୍ଡାଙ୍କୁ ଗିରଫ କରି ଥାନାରେ ଅଟକ ରଖିଛନ୍ତି । ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଦେବଜିତ୍ ଫେରାର ଥିବା ଜଣାଯାଇଛି

Leave A Reply