Odisha news

ସରକାର ନୂଆ ଶ୍ରମ ନିୟମକୁ ଦେଲେ ଶେଷ ରୂପ , ଜଲ୍ଦି ହେବ ଲାଗୁ : ଜାଣନ୍ତୁ ମହତ୍ୱପୂର୍ଣ୍ଣ କଥା

0

ନୂଆଦିଲ୍ଲୀ : ଶ୍ରମ ଏବଂ ରୋଗଜଗର ମନ୍ତ୍ରଣାଳୟ ଦ୍ୱାରା ଶ୍ରମିକ କୋଡ଼ ନିୟମ ଅନୁସାରେ ଏହାକୁ ଅନ୍ତିମ ରୂପ ଦିଆଯାଇଛି l ଏହା ଦ୍ୱାରା ଯଥାଶୀଘ୍ର ଅଧିସୂଚନା ଜାରି କରାଯାଇ ବାସ୍ତବିକ ଭାବରେ ମାର୍ଗ ପ୍ରଶସ୍ତ ହେବ l ବେତନ ଔଦ୍ୟଗିକ ସମ୍ବଦ୍ଧ ,ସାମାଜିକ ସୁରକ୍ଷା ,ବ୍ୟବସାୟିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିଗରୁ ୪ ଟି ବ୍ୟାପକ ସଂହିତା ପୂର୍ବରୁ ରାଷ୍ଟ୍ରପତିଙ୍କ ସହମତି ପ୍ରାପ୍ତ କରିବା ପରେ ଅଧି ସୂଚିତ କରାଯାଇ ପରେ l କିନ୍ତୁ ଏହି ୪ଟି ସଂହିତାକୁ ଲାଗୁ କରିବା ପାଇଁ ନିୟମକୁ ଅଧିସୂଚିତ କରିବା ବଶ୍ୟକ ଅଟେ l

ଶ୍ରମ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ,ଆମେ ୪ଟି ଶ୍ରମିକ କୋଡ଼ ଲାଗୁ କରିବା ପାଇଁ ଆବଶ୍ୟକ ନିୟମକୁ ଅନ୍ତିମ ରୂପ ଦେଇଛୁ l ଆମେ ଏହି ନିୟମକୁ ଲାଗୁ କରିବା ପାଇଁ ପ୍ରସ୍ତୁତ ଅଛୁ l ଏହାକୁ ନେଇ ସେ ଆହୁରି ମଧ୍ୟ କହିଛନ୍ତି ଔଦ୍ୟଗିକ ସମ୍ବଦ୍ଧଓ ଅନ୍ୟ ସୁରକ୍ଷାକୁ ରଖି ଯେଉଁ ନିୟମ କେନ୍ଦ୍ର ଶ୍ରମ ନିୟମ ଅନୁସାରେ ପ୍ରସ୍ତୁତ କରାଯିବ ତାହା ୨୦୧୯ ରେ ପାରିତ କରାଯାଇଥିଲା ,ଯେବେକି ଅନ୍ୟ ୩ଟି ସଂହିତାକୁ ଉଭୟ ଗ୍ରହରେ ୨୦୨୦ ରେ ମଞ୍ଜୁରୀ ମିଳିଛି l ମନ୍ତ୍ରଣଲାୟ ପକ୍ଷରୁ ଏକା ସହିତ ସମସ୍ତ ୪ଟି ସଂହିତା ଲାଗୁ କରାଯିବ ପାଇଁ ଚେଷ୍ଟା ଚାଲିଛି l

ନୂଆ ଶ୍ରମିକ କୋଡ଼ର ମହତ୍ୱ କଣ

* ଯଦି କର୍ମଚାରୀ କୌଣସି ଦିନ ୮ ଘଣ୍ଟାରୁ ଅଧିକ କିମ୍ବା ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କରିଥାନ୍ତି ତେବେ ତାଙ୍କୁ ଓଭର ଟାଇମର ମୂଲ୍ୟ ସାମାନ୍ୟ ବେତନ ଠାରୁ ଦୁଇ ଗୁଣ ମିଳିବ l

* ନୂଆ ଶ୍ରମିକ କୋଡ଼ର ଡ୍ରାଫ୍ଟ ଅନୁସାରେ କର୍ମଚାରୀଙ୍କୁ ଓଭର ଟାଇମ କରିବାର ସମୟ ଦିନକୁ ୧୨ ଘଣ୍ଟା ରଖା ଯାଇଛି l ଆହି ସମୟ ସୀମା ପୂର୍ବରୁ ୯ ଘଣ୍ଟା ରଖ ଯାଇଥିଲା ଓ ଏଥିରେ ଏକ ଘଣ୍ଟା ବିଶ୍ରାମ ମଧ୍ୟ ସାମିଲ ଥିଲା l

* ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟଶୀଳ ଦୃଷ୍ଟିରୁ ତିଆରି କରାଯାଇଥିବା କୋଡରେ ସରକାର କମ୍ପନୀ ଗୁଡିକୁ ଦିନରେ ୧୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାରୁ  ଛୁଟ ଦେବା ବୀୟସୟରେ କହିଛନ୍ତି l

* କେବଳ ଏତିକି ନୁହେଁ ଓଭର ଟାଇମର କାର୍ଯ୍ୟ ଶୈଳୀକୁ ନେଇ ମଧ୍ୟ ନିୟମ ପ୍ରସ୍ତୁତ କରାଯାଇଛି l ଯଦି କୌଣସି କାର୍ମଚାରୀ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ କାମ କରିଥାଏ ତେବେ ତାକୁ ସମ୍ପୁର୍ଣ୍ଣ ୩୦ ମିନିଟ ଭାବରେ ଗଣନା କରାଯିବ l

Leave A Reply