Odisha news

ବିଦୁରଙ୍କ ନୀତିରେ : ଏହିଭଳି ଲୋକଙ୍କୁ ଅନାଦର କଲେ ମା ଲକ୍ଷ୍ମୀ ହୋଇଥାନ୍ତି ଅସନ୍ତୁଷ୍ଟ

0

ବିଦୁର ହେଉଛନ୍ତି ଜଣେ ନୀତିବାନ ମହାତ୍ମା ,ତାଙ୍କର ନୀତିକଥା ଆଜିମଧ୍ୟ ମଣିଷ ସମାଜରେ ଗ୍ରହଣୀୟ ଅଟେ l କାରଣ ସେ ସ୍ୱୟଂ ହେଉଛନ୍ତି ଧର୍ମରାଜଙ୍କ ଯମଙ୍କର ଅବତାର l ତେଣୁ ସେ ମଣିଷ ସମାଜକୁ ସର୍ବଦା ନ୍ୟାୟର ଆଲୋକ ଦେଖାଇଛନ୍ତି l ତାଙ୍କର ଲିଖିତ ମହତବାଣୀ ଆଜି ମଧ୍ୟ ମଣିଷ ସମାଜ ପାଇଁ ସ୍ମରଣୀୟ l ଆଜି ଆମେ ବିଦୁରଙ୍କ ନୀତିରେ ଜାଣିବା କେଉଁ ଲୋକମାନଙ୍କୁ ଅନାଦର କରିବା ଉଚିତ ନୁହେଁ l

* ଯେଉଁ ବ୍ୟକ୍ତିମାନେ ସର୍ବଦା ମାନବ ସମାଜର କଲ୍ୟାଣ କରିଥାନ୍ତି ସେମାନଙ୍କୁ କଦାପି ଅନାଦର କରିବା ଉଚିତ ନୁହେଁ l କାରଣ ସେହିଭଳି ବ୍ୟକ୍ତିମାନେ ସମସ୍ତଙ୍କ ପାଇଁ ବନ୍ଦନୀୟ ଅଟନ୍ତି ଓ ସର୍ବଦା ଅନ୍ୟମାନଙ୍କର ସାହାଯ୍ୟ କରିଥିବା ହେତୁ ସେମାନଙ୍କ ଉପରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ,ତେଣୁ ଏହି ବ୍ୟକ୍ତିମାନେ ଅନ୍ୟମାନଙ୍କର ସ୍ନେହ ଓ ଆଶୀର୍ବାଦ ନେଇ ଜୀବନ ବିତାଉଥିବା କାରଣରୁ ଏହିପରି ବ୍ୟକ୍ତିଙ୍କୁ ସର୍ବଦା ସମ୍ମାନ କରିବା ଆବଶ୍ୟକ l

* ବିଦୁରଙ୍କ ନୀତିରେ କୋମଳ ହୃଦୟ ବ୍ୟକ୍ତିମାନେ ମତ ଲକ୍ଷ୍ମୀଙ୍କର ଅଧିକ ପସନ୍ଦ l କୋମଳ ହୃଦୟର ବ୍ୟକ୍ତି କାହାରି ଅନିଷ୍ଟ ଚିନ୍ତା କରନ୍ତିନାହିଁ l ଏହିଭଳି ଲୋକ ସମସ୍ତଙ୍କର ସମ୍ମାନ କରିଥାନ୍ତି l ତେଣୁ ଏହିଭଳି ଲୋକଙ୍କର ସର୍ବଦା ସମ୍ମାନ ଓ ଆଦର କରିବା ଆବଶ୍ୟକ l

* ଯେଉଁ ବ୍ୟକ୍ତି ପ୍ରତେକ ସମୟରେ ସମାନ ମନୋଭାବ ସହିତ ରୁହେ ଓ ସ୍ଥିର ନିଶ୍ଚଳ ଅଟେ ତାକୁ କେବେବି ଅନାଦର କରିବା ଉଚିତ ନୁହେଁ l କାରଣ ଏଭଳି ବ୍ୟକ୍ତି ସର୍ବଦା ଅନ୍ୟ ମାନଙ୍କ ପାଇଁ ଗୋଟିଏ ଉଦାହରଣ ସଦୃଶ l ଏହିପରି ବ୍ୟକ୍ତିଙ୍କ ମନରେ ସମସ୍ତଙ୍କ ପ୍ରତି ଭଲ ଧାରଣା ରହିଥାଏ l

* ନିଷ୍କପଟ ବ୍ୟକ୍ତିକୁ ସର୍ବଦା ସମ୍ମାନ କରିବା ସହିତ ବନ୍ଦନା କରିବା ଉଚିତ l କାରଣ ଏହିଭଳି ବ୍ୟକ୍ତିମାନେ ମନରେ କୌଣସି ଛଳନା ରଖନ୍ତି ନାହିଁ ଓ ଯେ କୌଣସି କାର୍ଯ୍ୟ କରନ୍ତି ହୃଦୟର ସହକାରେ କରିଥାନ୍ତି l ତେଣୁ ସେମାନଙ୍କୁ ଅନାଦର କଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି l

Leave A Reply