ଶରୀର କୁ ହେଲଦି ଓ ଫିଟ ରଖିବା ପାଇଁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ନିହାତି ସୁସ୍ଥ ରହିବା ଜରୁରୀ l ମାନସିକ ସ୍ୱାସ୍ଥ୍ୟ ର ସିଧାସଳଖ ପ୍ରଭାବ ଶରୀର ଉପରେ ପଡିଥାଏ l ପୂର୍ବରୁ ଲୋକେ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଥିଲେ ଏହାକୁ ଅନ୍ଧ ବିଶ୍ୱାସ ର ଶିକାର ହେଉଥିଲେ l କିନ୍ତୁ ବର୍ତମାନ ଲୋକେ ବେଶ ସଚେତନ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ମାନସିକ ସ୍ୱାସ୍ଥ୍ୟ କୁ ଅଣଦେଖା କରିବା ଠିକ ନୁହେଁ l ଏହି ମାନସିକ ସ୍ୱାସ୍ଥ୍ୟ ଆମକୁ ନ୍ୟୁରୋସିସ ଆଡକୁ ଟାଣି ନେଇଥାଏ l
* ନ୍ୟୁରୋସିସ କଣ ?
ନ୍ୟୁରୋସିସ ଗୋଟିଏ ଗମ୍ଭୀର ମାନସିକ ରୋଗ , ଏହି ରୋଗ ଦ୍ୱାରା ବ୍ୟକ୍ତିର ବ୍ୟବହାର ରେ ପରିବର୍ତନ ଦେଖା ଦେଇଥାଏ l ମନୋଚିକିତ୍ସକ ଙ୍କ ମତରେ ନ୍ୟୁରୋସିସ ଗୋଟିଏ ପ୍ରକାରର ଗ୍ରୁପ ଅଫ ଡ଼ିସ ଅର୍ଡର ଅଟେ, ଯାହାଦ୍ୱାରା ଏଙ୍ଗଯାଇଟି, ଡିପ୍ରେସନ, ଫୋବିଆ ଓ ଚିନ୍ତା ଭଳି ସମସ୍ୟା ଦେଖା ଯାଇଥାଏ l ଏହି ରୋଗର ଲକ୍ଷଣ ଖୁବ ଡେରିରେ ଦେଖା ଯାଇଥାଏ l
* ନ୍ୟୁରୋସିସ ର ପ୍ରାରମ୍ଭିକ ଲକ୍ଷଣ –
ନ୍ୟୁରୋସିସ ର ଲକ୍ଷଣ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଅଲଗା ଅଲଗା ଦେଖା ଯାଇଥାଏ l
– ନ୍ୟୁରୋସିସ ଲକ୍ଷଣ କୁ ବୁଝିବା ପାଇଁ ବ୍ୟକ୍ତିର ବ୍ୟବହାର ଉପରେ ଧ୍ୟାନ ଦେବା ଜରୁରୀ, ରୋଗୀର ଶାରୀରିକ ସ୍ଥିତି ଓ ରୋଗ ର ଆଧାର କୁ ନେଇ ଦେଖା ଯାଇଥାଏ l
– ନ୍ୟୁରୋସିସ ରେ ପ୍ରଭାବିତ ବ୍ୟକ୍ତି ଛୋଟ ଛୋଟ କଥାରେ ଖୁବ ଶୀଘ୍ର ଚିନ୍ତିତ ହୋଇଯାଇ ଥାଏ l
– ପ୍ରତ୍ୟେକ ସମୟ ରେ ସେ ଅସ୍ଥିର ଅନୁଭବ କରିଥାଏ l
– ମନ ବିଚଳିତ ଦେଖା ଯାଇଥାଏ ଏବଂ ନିଦ୍ରା ଜନିତ ସମସ୍ୟା ହୋଇଥାଏ l
– ମାଂସପେଶୀ ରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ l
– ପ୍ରତ୍ୟେକ ସମୟ ରେ ମଣିଷ ଭୟ ଅନୁଭବ କରିଥାଏ l
– ସାମାଜିକ ଓ ବ୍ୟକ୍ତିଗତ ସମ୍ବନ୍ଧ ରଖିବାକୁ ଇଛା କରି ନଥାଏ l
– ସାଇକୋଲୋଜିକାଲ ଫ୍ୟାକ୍ଟର୍ସ, ପାରିବାରିକ ସ୍ଥିତି, ଆର୍ଥିକ ସମସ୍ୟା, କାମର ଚାପ ଦ୍ୱାରା ବ୍ୟକ୍ତି ନ୍ୟୁରୋସିସ ର ଶିକାର ହୋଇଥାଏ l
– ଏପରିକି ଆତ୍ମହତ୍ୟା କରିବା ଭଳି ସମସ୍ୟା ଦେଖାଯାଇ ଥାଏ l
* ନ୍ୟୁରୋସିସ ରୁ କପରି କରିବେ ନିଜକୁ ରକ୍ଷା –
– ନ୍ୟୁରୋସିସ ସମସ୍ୟା ଅନେକ କାରଣରୁ ହୋଇଥାଏ , ଯାହାକୁ ଆମେ ବିଶେଷ ଧ୍ୟାନ ଦେବା ଜରୁରୀ l
– ନିୟମିତ ବ୍ୟାୟାମ ପ୍ରାଣାୟାମ ଖୁବ ଜରୁରୀ l ଏବଂ ଏଥି ସହିତ ପ୍ରାତଃ ଭ୍ରମଣ ମଧ୍ୟ ଆବଶ୍ୟକ l
– ମାନସିକ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ଲାଇଫ ଷ୍ଟାଇଲ୍ ଓ ଖାଦ୍ୟ ପେୟ କୁ ଧ୍ୟାନ ରଖିବା ଜରୁରୀ l
– ନିୟମିତ ପ୍ରାତଃ ଭ୍ରମଣ ନିହାତି ଆବଶ୍ୟକ ଏବଂ ସମୟ ଥାଉ ଥାଉ ଡାକ୍ତରଙ୍କୁ ସାକ୍ଷାତ କରନ୍ତୁ l