Odisha news

ଚୀନରେ ନେପାଳୀ ରାଜଦୂତଙ୍କ ଭାରତକୁ ନେଇ ଟିପଣି ଉପରେ ବଡ ହଙ୍ଗାମା

0

ନୂଆଦିଲ୍ଲୀ : ଚୀନରେ ନେପାଳର ରାଜଦୂତ ମହେନ୍ଦ୍ର ବହାଦୁର ପାଣ୍ଡେଙ୍କର ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସକୁ ଦିଆଯାଇଥିବା ଗୋଟିଏ ସାକ୍ଷାତକାର୍କୁ ନେଇ ବିବାଦ ଆରମ୍ଭ ହୋଇଛି l ନେପାଳୀ ରାଜଦୂତ ଚୀନ ସରକାରଙ୍କର ସରକାରୀ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଚୀନ ଓ ନେପାଳରର ସମ୍ପର୍କକୁ ନେଇ ସକାରତ୍ମକ ମନ୍ତବ୍ୟ ଦେଇଛନ୍ତି ,ଭାରତ ଓ ଭାରତୀୟ ଗଣମାଧ୍ୟମ ବିରୁଦ୍ଧରେ ସମାଲୋଚନା କରିଛନ୍ତି l ନେପାଳୀ ରାଜଦୂତ ଆରୋପ ଲଗାଇଛନ୍ତି ଯେ ଭାରତୀୟ ଗଣମାଧ୍ୟମ ନେପାଳ ଚୀନର ସମ୍ପର୍କକୁ ଖରାପ କରିବାକୁ ଚେଷ୍ଟା କରୁଛି l ନେପାଳୀ ରାଜଦୂତଙ୍କର ଏହି ସାକ୍ଷାତକାରକୁ ନେଇ ହଙ୍ଗାମା ଆରମ୍ଭ ହେଇ ଯାଇଛି l

ନେପାଳର ଅଧିକାଂଶ ବିସ୍ଲେସକ କହିଛନ୍ତି ଯେ ରାଜଦୂତଙ୍କ ବୟାନ କୂଟନୀତି ବିରୁଦ୍ଧ ଅଟେ ଓ ସେ ପ୍ରୋଟକଲ ବିରୁଦ୍ଧରେ ଯାଇ ଏହି ସାକ୍ଷାତ୍କାର ଦେଇଛନ୍ତି l ନେପାଳର ପ୍ରଧାନମନ୍ତ୍ରୀ ଜୁଲାଇ ମାସରେ ଚୀନରେ ନେପାଳର ରାଜଦୂତ ଲୀଲା ମଣିଙ୍କୁ ଅଚାନକ ଫେରାଇ ଆଣିଥିଲେ ,ଏହାପରେ ମହେନ୍ଦ୍ର ପାଣ୍ଡେଙ୍କୁ ନିଯୁକ୍ତି ଦିଆଯାଇଥିଲା l ନେପାଳୀ ରାଜଦୂତ ନେପାଳ ଚୀନ ସଂପର୍କକୁ ନେଇ ମତ ଦେଇଛନ୍ତି ଯେ ଆମ ଦୁଇ ଦେଶର ସଂପର୍କ ଗୋଟିଏ ଅତୁଟ ସଂପର୍କ ଅଟେ l ନେପାଳୀ ରାଜଦୂତ କହିଲେ ଭାରତୀୟ ଗଣମାଧ୍ୟମ ଯେଉଁ ଖବର ଦେଉଛି ତାହା ଭୁଲ ଅଟେ l ଚୀନ ଓ ନେପାଳର ସଂପର୍କ ଯେପରି ଘନିଷ୍ଠ ଅଛି ସେହିପରି ରହିଥିବା l

ବିଦେଶ ମାମଲାର ବିଶେଷଜ୍ଞ ଦୀନେଶ ଭଟରାଇ ନେପାଳର ଖବର କାଗଜ କାଠମାଣ୍ଡୁ ପୋଷ୍ଟକୁ କହିଛନ୍ତି ମୁଁ ବୁଝି ପାରୁନାହିଁ ଭାରତ ଚୀନ କିମ୍ବା ଅନ୍ୟ କୌଣସି ଦେଶରେ ଆମର ରାଜଦୂତ ସେହି ଦେଶ ପକ୍ଷରେ କାହିଁକି କହିବାକୁ ଲାଗୁଛନ୍ତି l ନେପାଳରେ ବିରୋଧୀ ଦଳ ଗୁଡିକ ରାଜଦୂତଙ୍କର ଭାରତ ବିରୋଧୀ ବୟାନକୁ ଗ୍ରହଣ କରିପାରୁ ନାହାଁନ୍ତି l ଭାରତ ଓ ଚୀନ ଦ୍ୱାରା ନେପାଳର ସନ୍ତୁଳନ ବିଗୁଛି ବୋଲି ନେପାଳର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି l ନେପାଳରେ ବିରୋଧୀ ଦଳ ଗୁଡିକ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି ଯେ ନେପାଳ ଭାରତ ସହିତ ସମ୍ପର୍କ ଖରାପ କରିବା ପାଇଁ ଚୀନ ଆଡକୁ କାହିଁ ଢଳି ଯାଉଛି l

ନେପାଳର ଗୋଟିଏ ନିଜସ୍ୱ କୂଟନୀତି ରହିବ ଆବଶ୍ୟକ l ଏହା କହିବା ଉଚିତ ନୁହେଁ ଯେ ଭାରତ ଓ ଭାରତୀୟ ଗଣମାଧ୍ୟମ ନେପାଳ ଓ ଚୀନର ସମ୍ପର୍କକୁ ଖରାପ କରିବାକୁ ଚାହୁଁଛନ୍ତି l ନେପାଳରେ ଅଧିକାଂଶ ଜନସାଧାରଣ କହିଛନ୍ତି ଯେ ଯଦି ନିଜ ପାର୍ଟିର ନେତାଙ୍କୁ ରାଜଦୂତ କରାଗଲା ତେବେ ସେମାନେ ଏହି ପ୍ରକାର ହାସ୍ୟସ୍ପଦର ପାତ୍ର ହେବେ l ମହେନ୍ଦ୍ର ପାଣ୍ଡେ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ଅଟନ୍ତି ଓ ସୁଶୀଲ କୋଇରାଲାଙ୍କ ସରକାର ସମୟରେ ବିଦେଶମନ୍ତ୍ରୀ ମଧ୍ୟ ଥିଲେ l ସେ ମତ ଦେଇଛନ୍ତି ନେପାଳ ରାଜଦୂତଙ୍କ ଏହି ପ୍ରକାର ବୟାନ ଦ୍ୱାରା କେବଳ ଭାରତ ନୁହେଁ ଅନ୍ୟ ଦେଶ ସହିତ ମଧ୍ୟ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଛି l

ନେପାଳର ବିସ୍ଲେସକ ମାନଙ୍କର ଆଲୋଚନାର ସମ୍ମୁଖୀନ ହେବl ପରେ ନେପାଳୀ ରାଜଦୂତ କହିଛନ୍ତି ଯେ ମୁଁ କେବଳ କେତୋଟି ଭାରତୀୟ ଗଣମାଧ୍ୟମ ଚୀନ ନେପାଳର ସମ୍ପର୍କକୁ ଖରାପ କରିବାକୁ ଚାହୁଁଥିବାରୁ ମନ୍ତବ୍ୟ ଦେଇଛି l

Govt
Leave A Reply