ନୟାଗଡ଼ : ନୟାଗଡ଼ ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର କୋର୍ଟର ସ୍ୱତନ୍ତ୍ର ପବ୍ଲିକ୍ ପ୍ରଷୁ୍ୟକ୍ୟୁଟର ଭାବେ ବରିଷ୍ଠ ଓକିଲ ଅମୀୟ କୁମାର ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି । ଉକ୍ତ ଅଦାଲତରେ ପୋକ୍ସୋ ମାମଲାର ପରିଚାଳନା ପାଇଁ ଓକିଲ ପଟ୍ଟନାୟକଙ୍କୁ ରାଜ୍ୟ ଆଇନ୍ ବିଭାଗ ସ୍ୱତନ୍ତ୍ର ନିଯୁକ୍ତି ପ୍ରଦାନ କରିଥିବା ପ୍ରକାଶ ।
ଆଇନ୍ଜୀବୀ ଅମୀୟ କୁମାର ପଟ୍ଟନାୟକଙ୍କୁ ରାଜ୍ୟ ଆଇନ୍ ବିଭାଗ ବିଧିବଦ୍ଧ ଭାବେ ନୟାଗଡ଼ ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର କୋର୍ଟର ସ୍ୱତନ୍ତ୍ର ପବ୍ଲିକ୍ ପ୍ରଷୁ୍ୟକ୍ୟୁଟର ଭାବେ ନିଯୁକ୍ତି ପ୍ରଦାନ କରିଛି । ଓକିଲ ପଟ୍ଟନାୟକ ପୂର୍ବରୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଅତିରିକ୍ତ ପବ୍ଲିକ୍ ପ୍ରଷୁ୍ୟକୁ୍ୟଟର ଭାବେ କାର୍ଯ୍ୟ କରୁଥିଲେ । ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ନିମନ୍ତେ ବୃତିଗତଜ୍ଞାନ କୁ ସେ ଯଥାସାଧ୍ୟ ବ୍ୟବହାର କରି ସଫଳତା ଅର୍ଜନ କରୁଥିଲେ । ସରକାରୀ ମୋକଦ୍ଦମା ପରିଚାଳନାରେ ଓକିଲ ପଟ୍ଟନାୟକଙ୍କ ପାରଦର୍ଶିତା ପାଇଁ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା । ସେଥିଲାଗି ଆଇନଜୀବୀ ପଟ୍ଟନାୟକଙ୍କୁ ରାଜ୍ୟ ଆଇନ୍ ବିଭାଗ ବିଶ୍ୱାସକୁ ନେଇ ପି.ପି ପଦବୀରେ ନିଯୁକ୍ତି ପ୍ରଦାନ କରିଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସରକାରୀ ଓକିଲ ସତ୍ୟ ନାରାୟଣ ମହାପାତ୍ର, ଓକିଲ ରଣଜିତ ଦାଶ, ଗଙ୍ଗାଧରପଣ୍ଡା, ଏବଂ ପ୍ରଦୋଷ କୁମାର ପଟ୍ଟନାୟକ ଆଦି ବହୁ ସଂଖ୍ୟାରେ ଆଇନ୍ଜୀବୀ ନବନିଯୁକ୍ତ ପି.ପି ଅମୀୟ କୁମାର ପଟ୍ଟନାୟକଙ୍କୁ ଅଭିନନ୍ଦ ଜଣାଇଛନ୍ତି ।