କାକଟପୁର 16/1 କାକଟପୁର ବ୍ଲକ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ବିଜେପି ର କାକଟପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୌଦାମିନୀ ବରାଳ ଙ୍କ ସମେତ (6) ଜଣ ବରିଷ୍ଠ ୱାର୍ଡ ସଭ୍ୟ ସଭ୍ୟା ଓ ଶତାଧିକ ବିଜେପି କର୍ମୀ ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗ ଦେଇଛନ୍ତି l ନବୀନପଟ୍ଟନାୟକଙ୍କ ସ୍ଵଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ସହିତ ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ସଚୋଟ ରାଜନୀତି ରେ ବିଶ୍ୱାସ ଭାଜନ ହୋଇ ବିଜେପି ଦଳ ଛାଡି ବିଜେଡି ଦଳ ରେ ସାମିଲ ହୋଇଛନ୍ତି ବୋଲି ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ଦିଲୀପ କୁମାର ବରାଳ (ମଙ୍ଗୁ )l ଏହି ମିଶ୍ରଣ ପର୍ବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତି ର୍ମୟ ଦଳାଇ, ମନ୍ତ୍ରୀ ଙ୍କ ପ୍ରତିନିଧି କବିରାଜ ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ପ୍ରାଣ କୃଷ୍ଣ ମଲ୍ଲିକ, କାକଟପୁର ଗ୍ରାମ ପଞ୍ଚାୟତ ସଭାପତି ପ୍ରଫୁଲ କୁମାର ରଥ, ଯୁବନେତା ହିମାଂଶୁ ଭୁଷଣ ଦୀକ୍ଷିତ, ମାନସ ଦୀକ୍ଷିତ, ମହେନ୍ଦ୍ର ସ୍ବାଇଁ, ଶଙ୍କର ସାହୁ, ପ୍ରସନ୍ନ କାଣ୍ଡି, ଆଇନି ଜୀବି ଅନିଲ ଦୀକ୍ଷିତ, ବଳରାମ ଦୀକ୍ଷିତ, ଲକ୍ଷ୍ମୀଧର ମିଶ୍ର, ପ୍ରଦୀପ ପଣ୍ଡା, ବଦ୍ରି ନାରାୟଣ ଦୀକ୍ଷିତ, ରତ୍ନାକର ଲେଙ୍କା, ଶଶାଙ୍କ ଦୀକ୍ଷିତ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ l