ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଅପରାଧିକ କାଣ୍ଡ ଘଟାଇ ସହଜରେ ଖସିଯିବାକୁ ବିଭିନ୍ନ ସମୟରେ ଅପରିଚିତ ଅପରାଧିମାନେ ନୟାଗଡ଼କୁ ଟାର୍ଗେଟ କରି ଅନେକାଂଶରେ ସଫଳ ହୋଇଛନ୍ତି । ଏପରି ବହୁତ ନଜିର ରହିଥିବା ବେଳେ ଗତ ଡିସେମ୍ବର ମାସରେ ସୁଦୂର ଜଗତସିଂହପୁର ଏବଂ ଗଂଞ୍ଜାମ ଜିଲ୍ଲା ଅଞ୍ଚଳର ଦୁଇ ଅଭିଯୁକ୍ତ ନୟାଗଡ଼ରେ ପହଞ୍ଚି ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ଅଭିଯୁକ୍ତଙ୍କୁ ପୋଲିସ୍ କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୭ ତାରିଖରେ ରଣପୁର ଥାନା ଦର୍ପନାରାୟଣପୁର ଛକର ବ୍ୟବସାୟୀ ମନମୋହନ ସାହୁ (୩୦) ୨ଲକ୍ଷ ୪୦ ହଜାର ଟଙ୍କା ଧରି ଘରକୁ ଫେରୁଥିଲେ । ରାସ୍ତାରେ ଆକ୍ରମଣ କରି ଦୁଇ ଜଣ ଦୁବୃର୍ତ ବ୍ୟବସାୟୀଙ୍କ ଟଙ୍କା ଲୁଟି ନେଇଥିଲେ । ଲୁଟ ଘଟଣା ଇଟାମାଟି ଥାନା ଅଞ୍ଚଳରେ ହୋଇ ଥିବାରୁ ଇଟାମାଟି ପୋଲିସ୍ ଘଟଣାର ତଦନ୍ତ କରି ଗଞ୍ଜାମ ଜିଲ୍ଲା କରଚୁଲି ଅଞ୍ଚଳର ଦାସ ଯଗା (୬୦) ଏବଂ ଜଗତସିଂହପୁର ଟାଉନ ଥାନା ଖଇରବାଟି ଗାଁର ପ୍ରମୋଦ ଓରଫ ସନିଆ ଦାସକୁ ପୋଲିସ୍ ଗିରଫ କରିଥିଲା । ଘଟଣାରେ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ସ୍ୱୀକାର କରିଥିବା ବେଳେ ଉଭୟଙ୍କୁ କୋର୍ଟ ସୋମାବର କୋର୍ଟ ଚାଲାଣ କରା ଯାଇଥିଲା ।
ମାମଲାର ଗମ୍ଭୀରତାକୁ ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଅଦାଲତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଅଭିଯୁକ୍ତ ଦ୍ୱୟ ସଂପର୍କୀୟ ହୋଇଥିବା ବେଳେ ଉଭୟ ଯୋଜନା କରି ନୟାଗଡ଼ ଦର୍ପନାରାୟଣପୁର ଅଞ୍ଚଳରେ ପହଞ୍ଚି ଭିକ୍ଷୁକ ବେଶରେ ରାସ୍ତା କଡ଼ରେ କିଛି ରାତି କଟାଇ ଥିଲେ । ସ୍ଥାନୀୟ ଛକର ବ୍ୟବସାୟୀଙ୍କ ମନମୋହନଙ୍କୁ ଠିକଣା ଲାଗିଇ ୨୭ ଡିସେମ୍ବର ରାତି ୮ଟା ସମୟରେ ଅଭିଯୁକ୍ତ ମାନେ ଏହି ଅପରାଧିକ କାଣ୍ଡ ଘଟାଇଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ସୂଚନାରୁ ଜଣାଯାଇଛି । ଏଥିରେ ଥାନା କେସ୍ ନମ୍ବର ୨୧୧/୨୧ରେ ଅଭିଯୁକ୍ତଙ୍କଠାରୁ ଗୋଟିଏ ଛୁରୀ, ଏବଂ ୧,୩୭୦୦ ହଜାର ଟଙ୍କା ଜବତ କରା ଯାଇଥିବା ପୋଲିସ ପକ୍ଷରୁ ସୂଚନା ରହିଛି ।