Odisha news

ଯଦି ଚାହୁଁଛନ୍ତି ଜୀବନରେ ସଫଳତା ର ଶୀର୍ଷ ରେ ପହଞ୍ଚିବାକୁ ତେବେ ମଙ୍ଗଳବାର ଦିନ କରନ୍ତୁ ଏହିସବୁ ଉପାୟ

0
ମଙ୍ଗଳବାର ଦିନଟି ର ଖୁବ୍ ମହତ୍ତ୍ଵ ରହିଥାଏ । ଏହିଦିନ ଟି ଭଗବାନ୍ ହନୁମାନ ଙ୍କୁ ସମର୍ପିତ ହୋଇଥାଏ । ପୌରାଣିକ ମାନ୍ୟତା ଦୃଷ୍ଟିରୁ ହନୁମାନ ଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଇ ଥାଏ । କୁହାଯାଏ ଯେ ସେ ସମସ୍ତ ସଙ୍କଟ ଓ ଅସୁବିଧା ରୁ ଦୂରେଇ ରଖି ଥାଏ । ଶାସ୍ତ୍ର ର ମାନ୍ୟତା ଅନୁସାରେ ଜୀବନର ସମସ୍ତ ସମସ୍ୟା କୁ ଦୂର କରିବ ମଙ୍ଗଳବାର ଦିନ ର ଏହିସବୁ ଉପାୟ ।
* ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଯଦି କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ବିଶେଷ ଭାବରେ ତେବେ ଘରୁ ବାହାରିବା ସମୟରେ ଗୋଟିଏ ଧଳା କପଡ଼ା ରେ କିଛି ହଳଦୀ ଖଣ୍ଡକୁ ବାନ୍ଧି ହନୁମାନଙ୍କ ନିକଟରେ ରଖି ଦିଅନ୍ତୁ ଆପଣଙ୍କ କାର୍ଯ୍ୟ ଭଲ ରେ ହୋଇଯିବ ।
* ପ୍ରତି ମଙ୍ଗଳବାର ଦିନ ଯଦି ହନୁମାନ ଅଷ୍ଟକ ପାଠ କରନ୍ତି ତେବେ ଏହା ଆପଣଙ୍କ ଜୀବନରେ ସମସ୍ତ ଦୁଃଖ ଦୁର୍ଦ୍ଦଶା କୁ ଦୁର କରିବ । କେବେବି ହନୁମାନ ଅଷ୍ଟକ ପାଠ କରିବା ସମୟରେ ଖାଲି କାନ୍ଧରେ ପୁରୁଷ ମାନେ ଓ ମହିଳା ମାନେ ବିନା ଓଢଣା ରେ ପାଠ କରିବା ଉଚିତ୍ ନୁହେଁ ।
* ମଙ୍ଗଳବାର ଦିନ ସକାଳୁ ଯଦି ଗାଧୋଇ ସାରି ହନୁମାନ ଓ ଶନି ଦେବ ଙ୍କୁ ସ୍ମରଣ କରି ନଡ଼ିଆ ଟିଏ ମୁଣ୍ଡରେ ଛୁଆଁଇ କୌଣସି ମନ୍ଦିରରେ ରଖି ଦେବ ତେବେ ଅଟକି ଥିବା କାର୍ଯ୍ୟରେ ସଫଳତା ପାଇବେ ଓ ରିଷ୍ଟ ଖଣ୍ଡନ ହେବ ।
* ଘରେ ବିବାହ ଯୋଗ୍ୟ ପୁଅ କିମ୍ବା ଝିଅ ଥିଲେ, ଯଦି ବିବାହ କାର୍ଯ୍ୟ ରେ ବାଧା ଉପୁଜିଛି ତେବେ ଗୋଟିଏ ହଳଦୀ ରଙ୍ଗର ପୋଷାକ ପିନ୍ଧି ୧୦୮ ଥର ହନୁମାନ ଚାଳିଶା ପାଠ କଲେ ସମସ୍ତ ଅସୁବିଧା ଦୂରେଇ ଯିବ ଓ ବିବାହ କାର୍ଯ୍ୟ ଯଥା ଶୀଘ୍ର ହୋଇଯିବ ।
* ପରିବାର ରେ ଯଦି ସର୍ବଦା କଳହ ଓ ଉତେଜନା ଦେଖା ଦେଉଚି ତେବେ ମଙ୍ଗଳବାର ଦିନ ଗୋଟିଏ କଳସ ବସାଇ ଘିଅ ଦୀପ ଟିଏ ଜଳାଇଲେ ସମସ୍ତ ପ୍ରକାର ବିଘ୍ନ ଦୁର ହେବ ।
Leave A Reply